ପୁରୀ ମୁଖ୍ୟ କେନାଲର ସାଇଫନ୍ ପାଖରେ ଘାଇ

ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ

ଭୁବନେଶ୍ୱର ଉପକଣ୍ଠ ବାଳକାଟୀ ଠାରେ ପୁରୀ ମୁଖ୍ୟ କେନାଲର ସାଇଫନ୍ ପାଖରେ ଦକ୍ଷିଣ ପାର୍ଶ୍ଵ ବନ୍ଧରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଭାର୍ଗବୀ ନଦୀ ଓ ଚନ୍ଦନପୁର କେନାଲ ଗେଟ୍ ବନ୍ଦ ଥିବାରୁ ଓଭର୍ ଫ୍ଲୋ ହୋଇ ବନ୍ଧ ଭାଙ୍ଗିଥିବା ଦେଖିବାକୁ ମିଳିଛି । ରାତି ପ୍ରାୟ ତିନିଟାରେ ଘାଇ ଭାଙ୍ଗିଥିବା ଜଣାପଡ଼ିଛି। ଗେଟ ଗୁଡ଼ିକୁ ଖୋଲାଯିବା ପରେ ପାଣି କମୁଛି। ଉପର ମୁଣ୍ଡରେ ପାଣି ଛଡାଯାଇ ତଳ ମୁଣ୍ଡ ଗେଟ ବନ୍ଦ ଯୋଗୁଁ ଉପୁଜିଛି ଏହି ସମସ୍ୟା। ସ୍ଥାନୀୟ ଲୋକେ ଓ ବିଭାଗୀୟ କର୍ମଚାରୀଙ୍କ ଉଦ୍ୟମରେ ପାଣିକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଭାର୍ଗବୀ ନଦୀକୁ ଥିବା ଛଅଟି ଗେଟ୍ ଓ ଚନ୍ଦନପୁର କେନାଲକୁ ଥିବା ଦୁଇଟି ଗେଟ୍ ଖୋଲିବା ପରେ ପାଣି ନିଷ୍କାସିତ ହେଉଛି।