ଗିରଫ ହେଲେ କୋଟିପତି ଆରଟିଓ

ଗିରଫ ହେଲେ କୋଟିପତି ଆରଟିଓ

ଗିରଫ ହେଲେ କୋଟିପତି ଆରଟିଓ । ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ଖୁସିରେ ନାଚିଲେ ଗାଡ଼ି ଡ୍ରାଇଭର । ପ୍ରାୟ ୧୯ କୋଟି ଟଂକାର ସଂପତି ଠାବ ହୋଇଛି । ଦାଗି ଅଫିସର ଜଣକ ବେଆଇନ ଭାବେ ବିଭିନ୍ନ ଗାଡିରୁ ମୋଟା ଅଙ୍କର ଫାଇନ୍ କାଟୁଥିବା ଅଭିଯୋଗ କରିଛନ୍ତି କିଛି ଡ୍ରାଇଭର । ଗୋଟିଏ ପରେ ଗୋଟିଏ ବିଳାସପୂର୍ଣ୍ଣ ଆପାର୍ଟମେଂଟ, ମଲରେ ସପିଂ କମ୍ପେ୍ଲକ୍ସ, ବେଙ୍ଗାଳୁରୁରେ ଆପାର୍ଟମେଂଟ ବୁକିଂ, ବ୍ୟାଙ୍କ ଆକାଉଂଟରେ ପୁଳାପୁଳା ଟଙ୍କା ଓ ଘରେ ସୁନା ଗହଣା । ଚଢାଉ ବେଳେ ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କ ଆୟବହିର୍ଭୂତ ସଂପତି ଦେଖି ତାଜୁବ ହୋଇଯାଇଛି ଭିଜିଲାନ୍ସ । ପ୍ରାୟ ୧୫ କୋଟିର ଫ୍ଲାଟ୍, ସାଢେ ୪ କୋଟିର ସୁନା ଗହଣା, ଗାଡି ଓ ଆସବାବପତ୍ର ଠାବ କରିଛି ତଦନ୍ତକାରୀ ସଂସ୍ଥା । ଭୁବନେଶ୍ୱରରେ ୫ଟି ଦାମୀ ଫ୍ଲାଟ ସାଙ୍ଗକୁ ଗୋଟିଏ ସପିଂ କମ୍ପେ୍ଲକ୍ସ, ବେଙ୍ଗାଳୁରୁର ଓଜୋନ ଏଲିଗାଂଟରେ ଫ୍ଲାଟ ପାଇଁ ୮୮ ଲକ୍ଷ ଅଗ୍ରୀମ, ବିଭିନ୍ନ ବ୍ୟାଙ୍କରେ ୩ କୋଟିରୁ ଅଧିକ ଟଙ୍କାର ଜମା ରାଶି, ଘରୁ ନଗଦ ୧ ଲକ୍ଷ ୧୬ ହଜାର ୭୦୦ ଟଙ୍କା, ୫୯୦ ଗ୍ରାମ ସୁନା ଓ ୩୧୮ ଗ୍ରାମ ରୁପା ଅଳଙ୍କାର, ପ୍ରାୟ ୯ ଲକ୍ଷ ଟଙ୍କାର ଆସବାବପତ୍ର ବର୍ତ୍ତମାନ ସୁଦ୍ଧା ମିଳିଥିବା ସଂପତିଠାରୁ ଆରଟିଓ ବସନ୍ତ ମହାପାତ୍ରଙ୍କ ଆୟବହିର୍ଭୂତ ସମ୍ପତିର ପରିମାଣ ଆହୁରି ଅଧିକ ହେବ ବୋଲି ଆକଳନ କରାଯାଉଛି ।