ବେଙ୍ଗାଲୁରୁର ୪୦ ସ୍କୁଲକୁ ମଧ୍ୟ ଧକମପୂର୍ଣ୍ଣ ମେଲ୍

ଦିଲ୍ଲୀରେ ୨୦ରୁ ଅଧିକ ସ୍କୁଲ୍‌କୁ ବୋମା ଧମକ

ଦିଲ୍ଲୀରେ ୨୦ରୁ ଅଧିକ ସ୍କୁଲ୍‌କୁ ବୋମା ଧମକ। ବୋମାରେ ସ୍କୁଲ୍‌କୁ ଉଡ଼ାଇ ଦେବାକୁ ଆସିଲା ମେଲ୍। ବିଭିନ୍ନ ସ୍କୁଲ୍‌ରେ ବୋମା ନିଷ୍କ୍ରିୟକାରୀ ଟିମ୍‌ର ତଲାସୀ । ଏହାରି ମଧ୍ୟରେ ବେଙ୍ଗାଲୁରୁର ୪୦ ସ୍କୁଲକୁ ମଧ୍ୟ ଧକମପୂର୍ଣ୍ଣ ମେଲ୍ ମିଳିଛି । ଯାହା ପରେ ଉତ୍ତେଜନା ସୃଷ୍ଟି କରିଛି । ସୂଚନା ପାଇବା ପରେ ତୁରନ୍ତ ଫାୟାର ବିଭାଗ ଏବଂ ଦିଲ୍ଲୀ ପୋଲିସ ଦିଲ୍ଲୀ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ସହିତ ବେଙ୍ଗାଲୁରୁ ସ୍କୁଲର ମଧ୍ୟ ତଦନ୍ତ ଆରମ୍ଭ ପୋଲିସ ।ସୂଚନାନୁଯାୟୀ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଟ୍ୱିଟ୍ କରି ରାଜଧାନୀରେ ପିଲାମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ସହିତ ସେ ଲେଖିଛନ୍ତି ଯେ, ୨୦ରୁ ଅଧିକ ସ୍କୁଲକୁ ବୋମା ଧମକ ମିଳିବା ପରେ ପିଲା, ଗାଡିୟାନ୍ ଏବଂ ଶିକ୍ଷକମାନେ ମନରେ ଆତଙ୍କ ସୃଷ୍ଟି କରିଛି । ଦିଲ୍ଲୀ ଶାସନରେ ୪ଟି ଇଞ୍ଜିନ୍ ବିଜେପି ପାଖରେ ଥାଇ ମଧ୍ୟ ପିଲାମାନଙ୍କୁ ସୁରକ୍ଷା ଯୋଗାଇ ପାରୁନାହିଁ । ଯାହା ଖୁବ୍ ଆଶ୍ଚର୍ଯ୍ୟଜନକ ।