ଚଣ୍ଡୀଗଡ଼ ସଚିବାଳୟ ଏବଂ ଦିଲ୍ଲୀର ସ୍କୁଲକୁ ବୋମା ଧମକ
ଚଣ୍ଡୀଗଡ଼ ଏବଂ ଦିଲ୍ଲୀର କେତେକ ସ୍ଥାନରେ ବୋମା ଧମକ । ବୋମା ଧମକ ମିଳିବା ପରେ ଭୟଭୀତ ଲୋକ । ସୁରକ୍ଷା ଏଜେନ୍ସୀ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ । ବିଭିନ୍ନ ସ୍ଥାନରେ ମିଳିଥିବା ଧମକ ପରେ ସୁରକ୍ଷା ଏଜେନ୍ସୀ ଯାଞ୍ଚ କରୁଛି ।ଚଣ୍ଡୀଗଡ଼ ହାଇ ସିକ୍ୟୁରଟି ସରକାରୀ ଅଞ୍ଚଳ ସ୍ଥିତ ହରିୟାଣା ସଚିବାଳୟର ଅଫିସିଆଲ ଇମେଲ ଆଇଡିରେ ଅଜଣା ଇମେଲ ଆସିଛି । ଇମେଲରେ ସଚିବାଳୟରେ ସମ୍ଭାବିତ ବିସ୍ଫୋରଣ ପାଇଁ ଚେତାବନୀ ଦିଆଯାଇଛି । ସୂଚନା ମିଳିବା ପରେ ଚଣ୍ଡୀଗଡ଼ ପୋଲିସ ସହିତ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ଏବଂ ସିଆଇଏସଏଫର ଯବାନ ଏବଂ ବୋମା ନିଷ୍କ୍ରିୟ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।ସୁରକ୍ଷାକୁ ଦେଖି ସଚିବାଳୟର ପୁରା ବିଲିଡିଂକୁ ଖାଲି କରାଯାଇଥିଲା । କର୍ମଚାରୀମାନେ ବାହାରକୁ ଗଲା ପରେ ସୁରକ୍ଷା ଏଜେନ୍ସୀ ସଂପୂର୍ଣ୍ଣ ଯାଞ୍ଚ କରିଥିଲେ । ପ୍ରାରମ୍ଭିକ ଯାଞ୍ଚରୁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିଲା ।ସେପଟେ ରାଜଧାନୀ ଦିଲ୍ଲୀରେ ମଧ୍ୟ ବୋମା ଧମକ । ଦିଲ୍ଲୀର ଅନେକ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଆମିଟି ଏବଂ ବିର୍ଲା ବିଦ୍ୟା ନିକେତନ ସ୍କୁଲ ମଧ୍ୟ ବୋମା ଧମକ ମିଳିଛି । ସୂଚନା ମିଳିବା ପରେ ଦିଲ୍ଲୀ ପ୍ରଶାସନ ଏବଂ ସ୍ଥାନୀ ପ୍ରଶାସନ ଆଲର୍ଟ ହୋଇଛି ।ଧମକ ମିଳିବା ପରେ ସ୍କୁଲ ପରିସରକୁ ଖାଲି କରାଯାଇଛି । ପିଲାମାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ବୋମା ନିଷ୍କ୍ରୟକାରୀ ଟିମ୍ ସ୍କୁଲରେ ସର୍ଚ୍ଚ ଅପରେସନ ଜାରି ରଖିଛି ।
