ଦିଲ୍ଲୀର ୫ ସ୍କୁଲକୁ ବୋମା ଧମକ
ଦିଲ୍ଲୀର ୫ ସ୍କୁଲକୁ ବୋମା ଧମକ । ଲଗାତାର ତିନି ଦିନ ଧରି ଜାତୀୟ ରାଜଧୀନର ଶିକ୍ଷାନୁଷ୍ଠାନ ଗୁଡିକୁ ଧମକ ମିଳିଛି । ଗତ ୩ ଦିନରେ ୧୦ ଟି ସ୍କୁଲକୁ ଏଭଳି ଧମକ ମିଳିବା ପରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀର ସେଣ୍ଟ ଥୋମାସ, ବସନ୍ତ ଭେଲି, ମଦର ଇଣ୍ଟରନ୍ୟାସନାଲ, ରିଚମୋଣ୍ଡ ଗ୍ଲୋବାଲ ଏବଂ ସର୍ଦ୍ଦାର ପଟେଲ ସ୍କୁଲକୁ ବୋମା ଧମକ ମିଳିଛି । ଧମକ ମିଳିବା ପରେ ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ବାହାର କରିବା ସହ ସାରା ରାତି ସ୍କୁଲ ଷ୍ଟାଫ ବିଦ୍ୟାଳୟ ପରିସର ଭିତରେ ଜଗି ରହିଛନ୍ତି । ବୋମା ଧମକ ମିଳିଥିବା ସ୍କୁଲଗୁଡିକରେ ବୋମା ନିସ୍କ୍ରିୟକାରୀ ଟିମ୍, ଡଗ ସ୍କ୍ବାଡ୍, ସାଇବର ଏକ୍ସପର୍ଟ ଟିମ୍ ସହ ଦିଲ୍ଲୀ ପୁଲିସ ସ୍କୁଲଗୁଡିକରେ ଯାଞ୍ଚ କରିଛନ୍ତି । ଘଟଣାର ତଦନ୍ତ ଚାଳଇଥିବାରେ ସ୍କୁଲ କର୍ତୁପକ୍ଷ ଘଟଣା ଉପରେ ନଜର ରଖିଛନ୍ତି । ପିଲାଙ୍କ ମଧ୍ୟରେ ଭୟ ବଢୁଥିବାରୁ ପାଠପଢାରେ ବାଧା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି।
