ଭାରତକୁ ଖଲିସ୍ତାନରେ ପରିଣତ କରିବାକୁ ଧମକ

ଅହମ୍ମଦାବାଦ ସ୍କୁଲକୁ ବୋମା ଧମକ

ଗୁଜରାଟର ଅହମଦାବାଦରେ ସୋମବାର ଅନେକ ସ୍କୁଲକୁ ବୋମା ରହିଥିବା ନେଇ ଧମକ ମିଳିଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ ସୂଚନା ଅନୁଯାୟୀ, ଇମେଲ ଜରିଆରେ ଜିଲ୍ଲାର ଅନେକ ସ୍କୁଲକୁ ବୋମା ଥିବା ଧମକ ମିଳିବା ପରେ ବଡ଼ଧରଣ ଯାଞ୍ଚ ଚାଲିଛି। ଭାରତକୁ ଖଲିସ୍ତାନରେ ପରିଣତ କରିବାକୁ ଏଥିରେ ଧମକ ଦିଆଯାଇଛି। ଅତିକମ୍‌ରେ ପାଞ୍ଚଟି ସ୍କୁଲକୁ ଏପରି ଧମକପୂର୍ଣ୍ଣ ଇମେଲ ମିଳିଛି। ଇମେଲ ମିଳିବା ପରେ ସ୍କୁଲଗୁଡ଼ିକୁ ଖାଲି କରାଯାଇ ତଲାସି ନିଆଯାଇଥିଲା। ଜାନୁଆରି ୨୬ ପୂର୍ବରୁ ଅହମଦାବାଦର ଅନେକ ସ୍କୁଲକୁ ଏପରି ଧମକ ମିଳିଥିଲା ବୋଲି ସିଟି କ୍ରାଇମ ବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *