ଦିଲ୍ଲୀ ବିଧାନସଭାକୁ ବୋମା ଧମକ
ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ଏବଂ ବିଧାନସଭା ମେଟ୍ରୋ ଷ୍ଟେସନକୁ ଉଡାଇ ଦେବାକୁ ବୋମା ଧମକ ମିଳିଛି ।ସୂଚନାନୁଯାୟୀ, ଆଜି ସକାଳ ୭ଟା ୪୯ ମିନିଟ୍ ସମୟରେ ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କୁ ଏକ ମେଲ୍ ଆସିଥିଲା । ୭ଟା ୨୮ ମିନିଟରେ ମଧ୍ୟ ବିଧାନସଭାକୁ ଧମକପୂର୍ଣ୍ଣ ମେଲ୍ ଆସିଥିଲା । ଏହି ଧମକପୂର୍ଣ୍ଣ ମେଲରେ ଏଲଜି ତରନଜୀତ୍ ସନ୍ଧୁ, ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ କ୍ୟାବିନେଟ୍ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସାଙ୍କ ନାମ ରହିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧମକପୂର୍ଣ୍ଣ ମେଲ୍ ମିଳିଛି । ସୂଚନା ପାଇବା ମାତ୍ରେ ସୁରକ୍ଷାକର୍ମୀମାନେ ବିଧାନସଭା ବାଚସ୍ପତିଙ୍କ ଗୃହରେ ତଦନ୍ତ ପାଇଁ ପହଞ୍ଚିଛନ୍ତି । ଏଥିସହ ସ୍ନିଫର ଡଗ୍ ସ୍କ୍ୱାଡ୍ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।
