କଟକ ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ
କଟକ ଜିଲ୍ଲା କୋର୍ଟରେ ପୁଣି ବୋମା ଥିବା ଚର୍ଚ୍ଚା । ଜିଲ୍ଲା ଜଜ କୋର୍ଟକୁ ଆସିଛି ଏକ ମେଲ । ଜିଲ୍ଲା ଜଜ କୋର୍ଟ ପରିସରରେ ବୋମା ଥିବା ମେଲରେ ସୂଚନା । ଏହାପରେ କଟକ ଜିଲ୍ଲା କୋର୍ଟ ପରିସର କଡା ପୋଲିସ ବ୍ୟବସ୍ଥା । କିଛି ଦିନ ପୂର୍ବରୁ ହାଇକୋର୍ଟ କୁ ବୋମା ଧମକ ହୋଇଥିଲା ।ସେହିପରି ଫୁଲବାଣୀ କୋର୍ଟକୁ ବୋମାରେ ଉଡେଇବାକୁ ଧମକ ଆସିଛି । ଅଜଣା ମେଲ୍ ଆଇଡିରୁ ଫୁଲବାଣୀ କୋର୍ଟ କୁ ଏହି ଧମକ ଆସିଛି । ବମ୍ ସ୍କ୍ବାଡ ଘଟଣା ସ୍ଥଳରେ ପହଞ୍ଚି ସର୍ଚ ଆରମ୍ଭ କରିଛି । ଏହା ପୂର୍ବରୁ କୋର୍ଟ ପରିସରକୁ ଖାଲି କରା ଯାଇଛି । କୋର୍ଟ ମଧ୍ୟରେ କୋର୍ଟର କର୍ମଚାରୀ ମାଜିଷ୍ଟ୍ରେଟ ଏବ୍ଂ ଓକିଲଙ୍କ ମଧ୍ୟରେ ଭୟର ବାର୍ତ୍ତାବରଣ ଦେଖିବାକୁ ମିଳିଛି ।
