ପାକିସ୍ତାନର କ୍ବେଟାରେ ଜାଫର ଏକ୍ସପ୍ରେସରେ ବୋମା ବିସ୍ଫୋରଣ, ୭ ଆହତ
ପାକିସ୍ତାନର କ୍ବେଟାରେ ଜାଫର ଏକ୍ସପ୍ରେସକୁ ପୁଣି ଥରେ ଟାର୍ଗେଟ୍ କରାଯାଇଛି । ବର୍ତ୍ତମାନ ଟ୍ରେନକୁ ଟାର୍ଗେଟ୍ କରି ବୋମା ବିସ୍ଫୋରଣ କରାଯାଇଛି । ଏହି ଆକ୍ରମଣରେ ଟ୍ରେନ୍ ଲାଇନଚ୍ୟୁତ ହେବା ସହ ସାତ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ବଲୁଚ୍ ବିଦ୍ରୋହୀ ଗୋଷ୍ଠୀ ବଲୁଚ୍ ରିପବ୍ଲିକାନ୍ ଗାର୍ଡସକୁ ଦୋଷୀ ବୋଲି ଦାବି କରିଛି । ଟ୍ରେନଟି ପେଶାୱର ଅଭିମୁଖେ ଯାଉଥିବା ସମୟରେ ଏହାକୁ ଟାର୍ଗେଟ କରାଯାଇଥିଲା ବୋଲି ସୂଚନା ମିଳିଛି । ଆକ୍ରମଣ ପରେ ଘଟଣାସ୍ଥଳକୁ ସୁରକ୍ଷା ବାହିନୀ ଏବଂ ପୋଲିସ ଘେରାବନ୍ଦୀ କରିନେଇଛି । ଟ୍ରେନ୍ ଟ୍ରାକଗୁଡିକୁ ଯାଞ୍ଚ କରିବା ପାଇଁ ବୋମା ନିଷ୍କ୍ରିୟକାରୀଙ୍କୁ ନିୟୋଜିତ କରାଯାଇଛି ।ସୂଚନାନୁଯାୟୀ, ଏହି ଆକ୍ରମଣ ପାଇଁ ବଲୁଚ୍ ରିପବ୍ଲିକାନ୍ ଗାର୍ଡସ ଦାୟୀ ବୋଲି ବଲୁଚ୍ ରିପବ୍ଲିକାନ୍ ଗାର୍ଡସର ଜଣେ ମୁଖପାତ୍ର ଏକ ପ୍ରେସ୍ ମିଟ୍ ଜାରି କରି କହିଛନ୍ତି । ଏହା ସହିତ ସେମାନେ କହିଥିଲେ ଯେ, ଆଜି ସେମାନେ ଶିକାରପୁର ଏବଂ ଜାକୋବାବାଦ ମଧ୍ୟରେ ଥିବା ସୁଲତାନ କୋଟରେ ଏକ ରିମୋଟ୍ କଣ୍ଟ୍ରୋଲ୍ IED ବିସ୍ଫୋରଣ ସହିତ ଜାଫର ଏକ୍ସପ୍ରେସକୁ ଟାର୍ଗେଟ କରିଥିଲେ ।
