ବୋଲେରୋକୁ ଘୋଷାଡ଼ି ନେଲା ଟ୍ରେନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ !

ଟ୍ରେନ ଯିବାବେଳେ ନିଷିଦ୍ଧାଞ୍ଚଳକୁ ପଶିଗଲା ବୋଲେରୋ !

ଭୟଙ୍କର ରେଳ ଦୁର୍ଘଟଣାରୁ ବଞ୍ଚିଗଲେ ଅନେକ । ନିସିଦ୍ଧାଞ୍ଚଳରେ ପଶିଗଲା ବୋଲେରୋ । ଆଉ ହଠାତ ଟ୍ରେନ ସହ ମଧ୍ୟ ମୁହାଁମୁହିଁ ହୋଇଗଲା । ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ । ତେବେ ବୋଲେରୋକୁ ପ୍ରାୟ ୩୦ ମିଟର ଘୋଷାଡ଼ି ନେଲା ମାଲବାହୀ ଟ୍ରେନ। ତେବେ ଅଳ୍ପକେ ବର୍ତ୍ତିଗଲେ ବୋଲୋରୋରେ ଥିବା କର୍ମଚାରୀମାନେ। MCHP କ୍ୟାଣ୍ଟିନ ନିକଟରେ ହୋଇଛି ଏହି ଦୁର୍ଘଟଣା।

ସୂଚନା ଅନୁଆରେ କୋଇଲା ବୋଝେଇ ଟ୍ରେନ ଆସୁଥିବା ବେଳେ ବୋଲେରୋଟି ରେଳ ଧାରଣା ଅତିକ୍ରମ କରୁଥିଲା। ବୋଲେରୋ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ଏହାପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ କାହିଁକି ବୋଲେରୋଟି ନିୟମ ନମାନି ନିସିଦ୍ଧାଞ୍ଚଳକୁ ପାଇଯାଇଥିଲା ତାର ମଧ୍ୟ ଯାଞ୍ଚ ଚାଲିଛି ।