କାଠଯୋଡ଼ିରୁ ମିଳିଲା ୨ ଇଞ୍ଜିନିୟରଙ୍କ ମୃତ ଦେହ
କାଠଯୋଡ଼ି ଅଘଟଣ। ମିଳିଲା ଆଉ ଜଣେ ଇଞ୍ଜିନିୟରଙ୍କ ମୃତ ଦେହ । ଇଞ୍ଜିନିୟର ରିତିକ ଭଞ୍ଜିନିଙ୍କ ମୃତ ଦେହ କାଠ ଯୋଡ଼ି ନଦୀରୁ ଉଦ୍ଧାର କଲେ ଏନ୍ ଡି ଆର୍ ଏଫ୍ ଟିମ୍ । ଗତକାଲି ଇଞ୍ଜିନିୟର ରୀତିକେଶ ମାତଲ୍ ଙ୍କ ମୃତ ଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ। କାଠଯୋଡ଼ିରେ ଗାଧୋଇବା ସମୟରେ ବୁଡ଼ି ଯାଇଥିଲେ ଦୁଇ ଯୁବ ଇଞ୍ଜିନିୟର । ଏ ସି ବି ମେଡିକାଲ କଲେଜ୍ ସମ୍ପ୍ରସାରଣ କାର୍ଯ୍ୟରେ ଏଲ ଆଣ୍ଡ ଟି କମ୍ପାନୀ ପକ୍ଷରୁ ନିୟୋଜିତ ଥିଲେ ଦୁଇ ଯୁବ ଇଞ୍ଜିନିୟର । ସି.ଡି.ଏ ଅଞ୍ଚଳରେ ମେସରେ ରହୁଥିଲେ। ଗତକାଲି ଛୁଟି ଥିବାରୁ ନଦୀକୁ ଗାଧୋଇ ବାକୁ ଯାଇ ଥିଲେ । ନଦୀ କୂଳ ଠାରୁ କିଛି ଦୂର ଭିତରକୁ ଚାଲି ଥିଲେ । ସ୍ରୋତ ବେଶ୍ ଅଧିକ ଥିଲା । ଦୁଇ ଜଣ ନିଖୋଜ ହୋଇ ଯାଇଥିଲେ ।
