କୁଆଖାଇ ନଦୀରେ ଅଘଟଣ

ନଦୀରେ ବୁଡି ୨ ମୃତ, ୨ ନିଖୋଜ

ଭୁବନେଶ୍ବର ଉପକଣ୍ଠ ଦେଇ ପ୍ରବାହିତ କୁଆଖାଇ ନଦୀରେ ପୁଣି ଥରେ ଅଘଟଣ ଘଟିଛି। ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ଧବାଳହାର ନିକଟ କୁଆଖାଇରେ  ଆଜି  ୪ ଜଣ ଯୁବକ ଗାଧେଇଲା ବେଳେ ବୁଡ଼ି ଯାଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ସେମାନଙ୍କର ମଧ୍ୟରୁ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ୨ ଜଣ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବାଲିଅନ୍ତା ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରିଛି।