ନେହେରୁ ବଙ୍ଗଳା ମୁହାଣରେ ବୁଡିଲା ବୋଟ୍

ମାଛ ଧରା ବୋଟ୍ ବୁଡି ୫ ନିଖୋଜ, ୩ ଉଦ୍ଧାର

ଜଗତସିଂହପୁର ଜିଲ୍ଲା ପାରାଦୀପ ମୁହାଣ ମୁହଁରେ ବୁଡିଲା ମାଛ ଧରା ବୋଟ୍ । ପାରାଦୀପ୍ ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ପାଖରେ ମାଛ ଧରା ବୋଟ୍ ବୁଡ଼ି ଯିବାରୁ ୮ ଜଣ ଭାସି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫ ଜଣଙ୍କୁ ଉଦ୍ଧାର କରାଯାଇ ନଥିବା ସୂଚନା ରହିଛି । ମାଛ ଧରା ବୋଟ ବାସୁଳେଇ-୨ ବୁଡ଼ିଛି। ଗଭୀର ସମୁଦ୍ରରୁ ମାଛ ମାରି ଫେରୁଥିବା ସମୟରେ ସମୁଦ୍ର ମୁହଁ ପୋତି ହୋଇ ଥିବାରୁ ବୋଟ ସମୂଦ୍ର ମୁହାଣରେ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ସାମୁଦ୍ରିକ ଥାନା ଅଧିକାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ସୁଦ୍ଧା ସେମାନଙ୍କ ପାଖରେ ପହଞ୍ଚି ପାରି ନଥିଲେ । ତେବେ ବୋଟ ମାଲିକ ସଂଘ, କୋଷ୍ଟ ଗାର୍ଡ ତରଫରୁ ହେଲିକପ୍ଟର ଯୋଗେ ସେମାନଙ୍କୁ ଉଦ୍ଧାର ପାଇଁ ଦାବି କରାଯାଉଛି । ପାରାଦୀପ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦାନ ସଂଘ ତରଫରୁ ବାରମ୍ବାର ଦାବି ସତ୍ତ୍ବେ ସମୁଦ୍ର ମୁହାଣ ଖୋଳା ନଯିବାରୁ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି ବୋଲି ‌ବୋଟ ମାଲିକ ପୁରେନ୍ଦ୍ର ବିଶ୍ବାଳ କହିଛନ୍ତି ।