ନିଷିଦ୍ଧାଞ୍ଚଳ ଘୋଷଣା ହେଲା ଏମ୍ସ ପରିସର

ଏମ୍ସ ପରିସରରେ ଜାରି ହେଲା ବିଏନଏସ ୧୬୩

ଏମ୍ସ ପରିସରରେ ଜାରି ହେଲା ବିଏନଏସ ୧୬୩ । ନିଷିଦ୍ଧାଞ୍ଚଳ ଘୋଷଣା ହେଲା ଏମ୍ସ ପରିସର । ବିରୋଧୀ ଦଳ କର୍ମୀ ହୋହଲ୍ଲା ପରେ କଟକଣା ଜାରି । ଏମ୍ସ ପରିସରରେ ବିଜେପି-ବିଜେଡି-କଂଗ୍ରେସ କର୍ମୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଏମ୍ସ ପରିସରରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଆଜି ସକାଳେ ଏମ୍ସ କର୍ତ୍ତୃପକ୍ଷ ବର୍ଣ୍ଣ ୟୁନିଟ ଆଗରେ ଲଗାଇଥିଲେ ନୋଟିସ୍ । ହୋହହ୍ଲା କରିବାରୁ ରୋଗୀ ସେବା ପ୍ରଭାବିତ ହେଉଥିବା ନୋଟିସରେ ଉଲ୍ଲେଖ ଥିଲା । କିରୋସିନ ଢାଳି ଦୁର୍ବୃତ୍ତ ନିଆଁ ଲଗାଇ ଦେବା ପରେ ବଳଙ୍ଗା ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି। ସେ ଏବେ ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ରହିଛି। ଏନେଇ ଭୁବନେଶ୍ବର ଏମସ୍ ନିର୍ଦ୍ଦେଶକ କହିଛନ୍ତି। ସେ କହିଛନ୍ତି, ପୀଡ଼ିତା ଜଣଙ୍କର ଶରୀରର ୭୨ରୁ ୭୫ ପ୍ରତିଶତ ପୋଡ଼ିଯାଇଛି।