ଭିକାରୀଙ୍କୁ ରାସ୍ତାରୁ ଉଠାଇନେବ ବିଏମସି !

ରାଜଧାନୀରେ ବୁଲିପାରିବେନି ଭିକାରି, ଗାଇଡଲାଇନ ଆଣିଲା ବିଏମସି !

ଏଣିକି ରାସ୍ତାରେ ବୁଲିପାରିବେନି ଭିକାରୀ । ଭିକାରୀଙ୍କ ପାଇଁ ନୂଆ ଗାଇଡଲାଇନ ଆଣିଛି ବିଏମସି । ପାର୍ବଣରେ ଯେମିତି ରାସ୍ତା କଡରେ ବୁଲିବେନି ଭିକାରୀ ସେନେଇ ପୁରା ତୟାରି କରିଛି ବିଏମସି । ଏମିତିକି ଯଦି ରାସ୍ତାରେ କୌଣସି ଭିକାରୀକୁ ଦେଖାଯାଏ ସଙ୍ଗେ ସଙ୍ଗେ ଉଠାଇ ନେବ ବିଏମ୍‌ସି ସ୍କ୍ୱାଡ୍ । ଭୁବନେଶ୍ବରକୁ ଭିକାରୀ ମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ । ଭିକାରୀ ମୁକ୍ତ ଭୁବନେଶ୍ବର ପାଇଁ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ଭୁବନେଶ୍ୱରକୁ କିଛି ନୂଆ ଭିକାରୀ ଆଉ ଥରେ ଆସିବା ଆରମ୍ଭ କରିଦେଇଛନ୍ତି ।

କିଛି ରାଜ୍ୟର ହୋଇଥିବା ବେଳେ ଆଉ କିଛି ରାଜ୍ୟ ବାହାରର । ସରକାରଙ୍କ ସହାୟତାରେ ଭୁବନେଶ୍ବରରେ ୫ ଶହ ଭିକାରୀ ରହିବା ଭଳି ୫ଟି ଥଇଥାନ କେନ୍ଦ୍ର ହୋଇଥିବା ବେଳେ, ଏହାକୁ କଡାକଡି ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି କମିଶନର । ପାର୍ବଣ ଋତୁରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ରାସ୍ତା କଡରେ କୌଣସି ବି ଭିକାରୀ ଯେପରି ନ ରହନ୍ତି, ସେଥିପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଏମ୍‌ସିର ତିନୋଟି ଜୋନ୍‌ରେ ୩ଟି ସ୍କ୍ୱାଡ୍ ଗଠନ କରାଯିବ । ଏହି ସ୍କାଡ ସଂପୃକ୍ତ ଜୋନାଲ ଡେପୁଟି କମିଶନରଙ୍କ ତତ୍ତ୍ବାବଧାନରେ ରହିବ । ମନ୍ଦିର ଓ ପୂଜା ସ୍ଥଳିରେ ଭକ୍ତଙ୍କ ଭିଡ ସମୟରେ ଏହି ସ୍କ୍ୱାଡ୍ ନିୟମିତ ବୁଲି ଦେଖିବାକୁ କୁହାଯାଇଛି । ତେବେ ପୂଜା ପାଇଁ ବିଏମସିର ଏହି ପଦକ୍ଷେପ କେତେଦୂର କାମକରୁଛି ଦେଖିବାକୁ ବାକି ରହିଲା ।