ରାଜଧାନୀରେ ସପ୍ତାହକୁ ୨ ଦିନ ହେବ ଡ୍ରାଏ ଡେ’
ରାଜଧାନୀରେ ଡେଙ୍ଗୁ ଚିନ୍ତା । ସବୁ ୱାର୍ଡର କର୍ପୋରେଟରଙ୍କ ସହ ବୈଠକ କରୁଛନ୍ତି ମେୟର ସୁଲୋଚନା ଦାସ। କି କି ପଦକ୍ଷେପ ନେଇ ରାଜଧାନୀରେ ଡେଙ୍ଗୁକୁ ନିୟନ୍ତ୍ରଣରେ ରଖାଯିବ ସେ ନେଇ ଆଲୋଚନା କରୁଛନ୍ତି । ମେୟରଙ୍କ କହିବା ଅନୁସାରେ , ପୂରା ସହରରେ ଡେଙ୍ଗୁ ନିୟନ୍ତ୍ରଣ କରିବାକୁ କର୍ପୋରେଟର ମାନଙ୍କର ଏକ ଟ୍ରେନିଙ୍ଗ ସେସନ୍ କରାଯାଇଛି । ନିଜ ନିଜ ୱାର୍ଡରେ କିଭଳି ଲୋକଙ୍କୁ ସଚେତନ କରିବା ସହ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବେ ସେନେଇ ଟିପ୍ସ ଦିଆଯାଇଛି । ଏହାସହ ଡେଙ୍ଗୁ ନିରୋଧ ଅଭିଯାନ ପାଇଁ ବିଏମସି ପକ୍ଷରୁ ଅଧିକ ୭୦ ଜଣ ଷ୍ଟାଫଙ୍କୁ ନିୟୋଜିତ କରାଯାଇଛି, ଯେଉଁମାନେ ୬ ମାସ ପାଇଁ କାମ କରିବେ ।
ଏମାନେ ମଶା ପ୍ରବଣ ସ୍ଥାନଗୁଡ଼ିକୁ ଚିହ୍ନଟ କରି ସେଠାରେ ମଶା ତେଲ ସିଞ୍ଚନ କରିବେ । ଏହାସହ ରାଜଧାନୀରେ ସପ୍ତାହକୁ ଦୁଇ ଦିନ ଡ୍ରାଏ ଡେ’ ପାଳନ କରାଯିବ । ଏହାର ଅର୍ଥ କେଉଁ କେଉଁ ସ୍ଥାନରେ ଟାୟାର କି ଆବର୍ଜନା ଗଦା ହୋଇ ସେଠାରେ ପାଣି ଜମି ରହୁଛି ଏବଂ ମଶା ବଂଶୋବୃଦ୍ଧିର ମୁଖ୍ୟ କାରଣ ହେଉଛି ସେଗୁଡ଼ିକୁ ଚିହ୍ନଟ ସେସବୁକୁ ଖାଲି କରାଯାଇ ପାଣି କଢ଼ାଯିବ । ଏହା ବ୍ୟତୀତ ସଫେଇ ଗାଡ଼ି ଗୁଡ଼ିକରେ ଡେଙ୍ଗୁ ପ୍ରତିଷେଧକ ସମ୍ପର୍କୀତ ଜିଙ୍ଗଲ୍ସ ବାଜିବ , ଯାହା ଲୋକଙ୍କୁ ସଚେତନ କରିବ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ ।
