ଗିରଫ ହେଲେ BMC ନିର୍ବାହୀ ଯନ୍ତ୍ରୀ
ବନ୍ଧା ହେଲେ କୁବେର ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ଆଜି ସ୍ବତନ୍ତ୍ର କୋର୍ଟ ଚାଲାଣ କରାଯିବ । ଗତକାଲି BMC ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘର ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ରେଡ୍ କରାଯାଇଥିଲା । ବଡ଼ଗଡ଼ ଭୁବନେଶ୍ବରରେ ତିନି ମହଲା ଘର, ବାଲିଅନ୍ତାରେ ଫାର୍ମହାଉସରେ ଖୋଳତାଡ଼ କରିଥିଲା ଭିଜିଲାନ୍ସ । ତାଙ୍କ ଘରୁ ହରିଣ ଶିଙ୍ଗ ଓ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଥିଲା । ବଡଗଡ ଫ୍ଲାଟରୁ ସୁନା ଗହଣା , ଦାମୀ ଘଣ୍ଟା, ୬୦ ହଜାରରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା । ୧୦ ରୁ ୧୨ଟି ଆକାଉଣ୍ଟକୁ ଜବତ କରିଛି ଭିଜିଲାନ୍ସ । ଚଢ଼ାଉରେ ୬ଜଣ ଡିଏସପି ଓ ୧୦ ଇନ୍ସପେକ୍ଟର ସାମିଲ ହୋଇଥିଲେ । ଭୁବନେଶ୍ୱରରେ ବହୁତଳ କୋଠା, ଗୋଟିଏ ଫାର୍ମ ହାଉସ, ଭୁବନେଶ୍ୱରରେ ମୂଲ୍ୟବାନ ପ୍ଲଟ, ଗୋଟିଏ ଚାରି ଚକିଆ ଠାବ ହୋଇଛି । ବାଲିଅନ୍ତାରେ ରହିଛି ୧.୫୭ ଏକରର ଫାର୍ମ ହାଉସ । ୨୦୦ ଗ୍ରାମର ସୁନା ଅଳଙ୍କାର ଠାବ । ଭୁବନେଶ୍ୱର ବଡ଼ଗଡ଼ରେ ୪୫୬୦ ବର୍ଗଫୁଟର ତିନି ମହଲା ଘର । ବଡ଼ଗଡ଼ରେ ରହିଛି ଦୁଇଟି ଓ ଖଣ୍ଡଗିରିରେ ଗୋଟିଏ ମୂଲ୍ୟବାନ ପ୍ଲଟ।
