ଆଜି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ
ଆଜି ଭାଦ୍ରବ ପୂର୍ଣ୍ଣିମା। ଭାରତରେ ସବୁଠି ବିରଳ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଏହା ଭାରତ ସମେତ ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ନ୍ୟୁଜିଲାଣ୍ଡ, ଆଫ୍ରିକା, ପ୍ରଶାନ୍ତ ମହାସାଗର, ଆଟ୍ଲାଣ୍ଟିକ୍ ମହାସାଗର ଆଦି ଅଞ୍ଚଳରେ ଦୃଶ୍ୟମାନ ହେବ। ଏହି ବିରଳ ଚନ୍ଦ୍ରଗ୍ରହଣ ଓଡ଼ିଶାର କଟକ, ଭୁବନେଶ୍ୱର, ପୁରୀ, ଯାଜପୁର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଆଦି ସ୍ଥାନରେ ଏକ ସମୟରେ ଦେଖିବାକୁ ମିଳିବ। ପ୍ରାୟ ୧୯ ବର୍ଷ ପରେ ଏହି ବିରଳ ଚନ୍ଦ୍ରଗ୍ରହଣ ପଡ଼ିଛି।ଅସଲି ଖଡ଼ୀରତ୍ନ ପଞ୍ଜିକାର ଗଣନାକାରଙ୍କ ଅନୁସାରେ, ରବିବାର ରାତି ୯ଟା ୫୭ ମିନିଟ୍ରେ ଗ୍ରହଣ ସ୍ପର୍ଶ କରିବ। ରାତି ୧୧ଟା ୧ ମିନିଟ୍ରେ ପୂର୍ଣ୍ଣଗ୍ରାସ ଗ୍ରହଣ ଆରମ୍ଭ ହେବ। ରାତି ୧୧ଟା ୪୨ ମିନିଟ୍ରେ ମଧ୍ୟ ଓ ରାତି ୧୨ଟା ୨୩ ମିନିଟ୍ରେ ପୂର୍ଣ୍ଣଗ୍ରାସ ଗ୍ରହଣ ଶେଷ ହେବ। ରାତି ୧ଟା ୨୭ ମିନିଟ୍ରେ ଗ୍ରହଣ ସର୍ବମୋକ୍ଷ ହେବ। ଏଣୁ ଚନ୍ଦ୍ରଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ରବିବାର ମଧ୍ୟାହ୍ନ ୧୨ଟା ୫୭ ମିନିଟ୍ଠାରୁ ପାକତ୍ୟାଗ ହ ଅନ୍ନ ଭୋଜନ ଓ ଦେବନୀତି ନିଷେଧ କରାଯାଇଛି।ଶେଷଥର ୨୦୦୬ ମସିହା ସେପ୍ଟେମ୍ବର ୭ ତାରିଖ ଭାଦ୍ରବ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଓଡ଼ିଶା ସମେତ ସାରା ଭାରତରେ ଦେଖା ଦେଇଥିଲା। ପୁଣି ୧୩୯ ବର୍ଷ ପରେ ଅର୍ଥାତ୍ ୨୧୬୪ ମସିହା ସେପ୍ଟେମ୍ବର ୩୦ ତାରିଖ ରବିବାର ଭାଦ୍ରବ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ।
