ସମ୍ପର୍କରେ ରକ୍ତଛିଟା !

ପୁତୁରାକୁ ଛୁରି ମାରିଲା ଦାଦା !

ଦିନକୁ ଦିନ ପୁରୀରେ ବହୁଛି ଅପରାଧ । ସମ୍ପର୍କରେ ଲାଗିଛି ରକ୍ତଛିଟା । ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର ଆହତ ହୋଇଛି। ପୁରୀ ଜିଲ୍ଲା ବଳିଆପଣ୍ଡା ଥାନା ନାଲି ପଡିଆଠାରେ ଏଭଳି ଅଘଟଣ ଦେଖିବାକୁ ମିଳିଛି । ଆହତ ପୁତୁରା ଜଣଙ୍କ ହେଲେ ଶିବ ବେହେରା ହୋଇଥିବା ବେଳେ ଶିବଙ୍କ ଘର ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି। ଶିବ ନିଜ ପରିବାର ସହ ବଳିଆପଣ୍ଡା ଥାନା ନାଲି ପଡ଼ିଆଠାରେ ଏକ ଭଡାଘରେ ରହି ସେଠାରେ ସେ ଶ୍ରମିକଭାବେ କାମ କରୁଥିବା ଜଣାପଡିଛି।

ଶିବଙ୍କ ଦାଦା ଦାଦା ଶଙ୍କର ବେହେରା ମଧ୍ୟ ପୁରୀରେ ରହୁଥିଲେ। ଗତକାଲି ରାତିରେ  କୌଣସି କାରଣ ନେଇ ଦାଦା ଶଙ୍କର ବେହେରା ଶିବ ପେଟରେ ଛୁରୀ ଭୂଷି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପରେ ପରିବାର ଲୋକେ ଶିବଙ୍କୁ ଡାକ୍ତରଖାନେରେ ଭର୍ତ୍ତି କରିଥିଲେ। ତେବେ ଶିବଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ବଳିଆପଣ୍ଡା ଥାନା ପୁଲିସ ଶିବକୁ ମେଡିକାଲରେ ଭର୍ତ୍ତି କରିବା ସହ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣା ପଡିଛି ।