ରକ୍ତ ଅଭାବ ଦୂର କରିବାକୁ ନିଆରା ପ୍ରୟାସ
ଯୁବ କାଉନସିଲରଙ୍କ ଜନ୍ମଦିନ ଉପଲକ୍ଷେ ଆୟୋଜିତ ହୋଇଛି ରକ୍ତଦାନ ଶିବିର । ଯାଜପୁର ବ୍ୟାସନଗର ମୁନିସିପାଲିଟିର 14ନଂ ଯୁବ କାଉନସିଲର ସିଦ୍ଧାର୍ଥ ଶଙ୍କର ସାମଲଙ୍କ ଶୁଭ ଜନ୍ମଦିନ ଅବସରରେ ଏହି ଶିବିରର ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି। ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
ଏହି ଅନୁଷ୍ଠିତ ଶିବିରକୁ ବ୍ୟାସନଗର ପୋୖରାଧ୍ୟାକ୍ଷା ସଙ୍ଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ ଶୁଭାରମ୍ଭ କରିଥିବା ବେଳେ ବିଭିନ୍ନ ୱାର୍ଡ ର କାଉନସିଲର ମାନେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ସହରର ଯୁବକ,ଯୁବତୀ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ବ୍ଲଡ୍ ବ୍ୟାଙ୍କରେ ପ୍ରାୟ ସମୟରେ ରକ୍ତ ଅଭାବ ଦେଖା ଦେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏହି ରକ୍ତଦାନ ଶିବିର ଆୟୋଜନ କରିଛନ୍ତି ବୋଲି ଯୁବ କାଉନସିଲର ସିଦ୍ଧାର୍ଥ ସାମଲ କହିଛନ୍ତି l