ନୌଗାମ ପୋଲିସ ଷ୍ଟେସନରେ ବିସ୍ଫୋରଣ ଆତଙ୍କବାଦୀ ଆକ୍ରମଣ ନୁହେଁ

ନୌଗାମ ପୋଲିସ ଷ୍ଟେସନରେ ବିସ୍ଫୋରଣ ଆତଙ୍କବାଦୀ ଆକ୍ରମଣ ନୁହେଁ: କଶ୍ମୀର ଡିଜିପି

ନୌଗାମ ପୋଲିସ ଷ୍ଟେସନରେ ବିସ୍ଫୋରଣ ଆତଙ୍କବାଦୀ ଆକ୍ରମଣ ନୁହେଁ । ଏହା ଏକ ଦୁର୍ଘଟଣାଜନିତ ଥିଲା । ଜମ୍ମୁ କଶ୍ମୀର ପୋଲିସ ଡିଜିଙ୍କ ପରେ ସ୍ପଷ୍ଟ କଲା ଗୃହ ମନ୍ତ୍ରଣାଳୟ । ଫରିଦାବାଦରୁ ସିଜ୍ ହୋଇଥିବା ୩୬୦ କେଜିର ବିସ୍ଫୋରକ କାଶ୍ମୀର ନୌଗାମ ପୋଲିସ ଷ୍ଟେସନରେ ରଖାଯାଇଥିଲା । ଏହାର ଯାଞ୍ଚ ବେଳେ ଅଘଟଣ ଘଟିଥିଲା ।ଏସଓପି ଅନୁସାରେ ଯାଞ୍ଚ ଚାଲିଥିବା ବେଳେ ଗତକାଲି ରାତି ପ୍ରାୟ ୧୧ଟା ୨୦ ମିନିଟ ବେଳେ ହଠାତ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଅତିଭୟଙ୍କର ଥିଲା । ଏତେ ଶକ୍ତିଶାଳୀ ଥିଲା ଯେ, ପୋଲିସ ଷ୍ଟେସନ୍ ଉଡ଼ି ଯାଇଥିଲା। ଆଖପାଖରେ ଥିବା ବିଲ୍ଡିଂ ମଧ୍ୟ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି ।ସ୍ଥାନୀୟ ଅଞ୍ଚଳର ଲୋକେ ବିସ୍ଫୋରଣକୁ ଭୟଙ୍କର ଭାବେ ବର୍ଣ୍ଣନା କରିଛନ୍ତି । ଏହି ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକ ଗୁରୁତର ରହିଛନ୍ତି । ଆହତଙ୍କ ମଧ୍ୟରେ ୨୭ ଜଣ ପୋଲିସ କର୍ମଚାରୀ, ୨ ଜଣ ରାଜସ୍ବ ଅଧିକାରୀ ଓ ୩ ଜଣ ସାଧରଣ ନାଗରିକ ଅଛନ୍ତି ।ତେବେ ବିସ୍ଫୋରଣ କେମିତି ହେଲା ତାର ତଦନ୍ତ ଚାଲିଛି । ଫରିଦାବାଦ ହ୍ବାଇଟ କଲାର ମଡ୍ୟୁଲର ପର୍ଦ୍ଦାଫାସ ପରେ ଡାକ୍ତର ମୁଜାମିଲ ସକିଲର ଭଡ଼ା ଘରୁ ସିଜ୍ ହୋଇଥିଲା ୩୬୦ କେଜି ବିସ୍ଫୋରକ । ଜମ୍ମୁ କାଶ୍ମୀର ପୋଲିସ ଏହି ବିସ୍ଫୋରକ ସିଜ୍ କରିଥିଲା । ଏହାକୁ ନୌଗାମ ଥାନାରେ ରଖାଯାଇଥିଲା। ଏହାର ଯାଞ୍ଚ ବେଳେ ବିସ୍ଫୋରଣ ହୋଇଛି ବୋଲି ଖବର ମିଳିଛି ।

Leave a Reply

Your email address will not be published. Required fields are marked *