ବିଜେପିର ‘ସଦସ୍ୟତା ଅଭିଯାନ କର୍ମଶାଳା’

ଯାଜପୁରରେ ବିଜେପିର ‘ସଦସ୍ୟତା ଅଭିଯାନ କର୍ମଶାଳା’ ଅନୁଷ୍ଠିତ

ବିଜେପିର ‘ସଦସ୍ୟତା ଅଭିଯାନ କର୍ମଶାଳା’ ଅନୁଷ୍ଠିତ ହୋଇଯାଇଛି । ରବିବାର ଧର୍ମଶାଳା ଷ୍ଟାଡିୟମ୍ ଠାରେ ଯାଜପୁର ଜିଲ୍ଲା ‘ସଦସ୍ୟତା ଅଭିଯାନ କର୍ମଶାଳା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । “ବିକଶିତ ଭାରତ, ତଥା ବିକଶିତ ଓଡ଼ିଶା” ନିର୍ମାଣ କରିବା ନିମନ୍ତେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନାକୁ ଯାଜପୁର ଜିଲ୍ଲାର ଘରେ ଘରେ ପହଞ୍ଚାଇବା ପାଇଁ ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ବାନ ଦିଆଯାଇଥିଲା ।

ଏହି ଅବସରରେ ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ରାଜ୍ୟ ଉପ ସଭାପତି ଗୋଲଖ ମହାପାତ୍ର, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରା, ମାନ୍ୟବର ସମବାୟ ଓ ହସ୍ତ ତନ୍ତ୍ର ମନ୍ତ୍ରୀ ପ୍ରଦୀପବଳ ସାମନ୍ତ, ବଡ଼ଚଣା ବିଧାୟକ ଅମର ନାୟକ, କୋରେଇ ବିଧାୟକ ଆକାଶ ଦାସ ନାୟକ, କୋରେଇ ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି, ପୂର୍ବତନ ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ, ବିଞ୍ଝାରପୁର ବିଧାୟିକା ପ୍ରାର୍ଥୀନି ବବିତା ମଲ୍ଲିକ, ବରୀ ବିଧାୟକ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନା ସମେତ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *