ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ହେବ: ଜୟନାରାୟଣ ମିଶ୍ର
ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ହେବ କହିଲେ ଜୟନାରାୟଣ । ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା। ରାଜନୀତି ଯେଉଁଭଳି ମୋଡ଼ ନେଉଛି ବିଜେଡି ବିଲୁପ୍ତ ହେବ’ । ବିଜେଡିକୁ ବଞ୍ଚେଇ ରଖିବା ପାଇଁ ଚାହୁଁଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ଆମେ ମଧ୍ୟ ଚାହୁଁ ନାହୁଁ ବିଜେଡି ବିଲୁପ୍ତ ହୋଇଯାଉ’ । ନୂଆପଡ଼ାରେ ବିଜେପି ଏକପାଖିଆ ଜିତିବ ବୋଲି କହିଛନ୍ତି ଜୟନାରାୟଣ । ବିଜେଡି ପାଖେ ପ୍ରାର୍ଥୀ ନଥିଲା, ଜିଲ୍ଲା ଡେଇଁ ଅତାବିରାରୁ ପ୍ରାର୍ଥୀ କଲେ ।ବିଜେଡି ଲଢ଼ିବା ଭଳି ଲାଗୁନି, କେବଳ ଫିଲ୍ ଅନ୍ ଦ ବ୍ଲାଙ୍କସ୍’। କଂଗ୍ରେସକୁ ଲୋକେ ପ୍ରତ୍ୟାଖାନ କରିଛନ୍ତି, ପ୍ରାର୍ଥୀଙ୍କୁ ବହିଷ୍କାର କରିଛନ୍ତି’ ।
