ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି: ମନମୋହନ ସାମଲ

ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି କହିଲେ ମନମୋହନ । ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ବୋଲି ଦୋହରାଇଲେ ମନମୋହନ । ଉଭୟ ଲୋକସଭା ଓ ବିଧାନସଭାରେ ବିଜେପି ଏକାକୀ ଲଢ଼ିବ । ବିଜେପି କିଭଳି ସରକାର କରିବ, ସେନେଇ ଆଲୋଚନା ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ନେଇ ଆଲୋଚନା ହୋଇଛି । ଗତ କିଛିଦିନ ଧରି ରାଜ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜାରି ରହିଥିଲା । ଘନ ଘନ ବୈଠକ ସହ, ବିଜେପି ଓ ବିଜେଡ଼ି ନେତାମାନେ ଦିଲ୍ଲୀ ଯାଉଥିଲେ । ତେବେ ମେଣ୍ଟ ଚର୍ଚ୍ଚାକୁ ମନଗଢ଼ା କହି ବିରାମ ଲଗାଇଛନ୍ତି ମନମୋହନ । ୧୪୭ ବିଧାନସଭା ଓ ୨୧ ଲୋକସଭା ପ୍ରାର୍ଥୀ କେବଳ ବିଜେପି ଦେବ ବୋଲି ଦିଲ୍ଲୀରୁ ଫେରିବା ପରେ କହିଛନ୍ତି ରାଜ୍ୟ ସଭାପତି ମନମୋହଲ ସାମଲ । କିଛିଦିନ ତଳେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କହିଥିଲେ, ମେଣ୍ଟ ନେଇ ଆଲୋଚନା ହୋଇଥିଲା । ଆମେ ଏକାକୀ ଲଢ଼ିବା ସପକ୍ଷରେ ମତ ଦେଇଛୁ । କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ କେନ୍ଦ୍ରୀୟ ନେତୃତ୍ୱ ।