ବିଜେଡିକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଟାର୍ଗେଟ

୯ବର୍ଷ ଆମେ କରିଥିଲୁ, ବିକିଭାଙ୍ଗି ଚଳିଲେ: ମନମୋହନ ସାମଲ

ବିଜେଡିକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଟାର୍ଗେଟ। ଆମେ ବର୍ଷେ ହେଲା ଆସିଛୁ କିନ୍ତୁ ସେ ୧୫ ବର୍ଷରେ କଣ କରିଛନ୍ତି କୁହନ୍ତୁ । ୯ବର୍ଷ ଆମେ କରିଥିଲୁ । ବିକିଭାଙ୍ଗି ଚଳିଲେ । ଆଉ ୧୫ବର୍ଷ ସେ ଏକୁଟିଆ କଣ କଲେ କୁହନ୍ତୁ । ସେ କଣ କରିଛନ୍ତି ଆଗେ ପ୍ରକାଶ କରନ୍ତୁ । ଆମେ ତ ବର୍ଷେ ହେଲା ଶାସନ କଲୁ ଆହୁରି ଚାରି ବର୍ଷ ରହିଛି । ଲୋକଙ୍କ ପାଖକୁ ଯିବା ଦରକାର ବିରୋଧୀ ଦଳ ଲୋକଙ୍କ ପାଖକୁ ନ ଯାଇ ଆଉ କୁଆଡେ ଯିବେ । ଲୋକଙ୍କୁ କୁହନ୍ତୁ ୧୫ ବର୍ଷରେ ବିଜେଡି କଣ କରିଛି । ଏ ବର୍ଷ ଭିତରେ ଆମ କଣ ନ କରି ପାରିଛୁ ଲୋକଙ୍କୁ କୁହନ୍ତୁ ତାପରେ ଦେଖିବେ । ଲୋକ ତାକୁ ବିଚାର କରିବେ କଣ ହୋଇଛି କି ନାହିଁ ।