କିଏ ଯିବ ରାଜ୍ୟସଭା?

ଦିଲ୍ଲୀ ଗସ୍ତରେ ମନମୋହନ ସାମଲ

ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସୁଜିତ କୁମାର ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ଭାଜପାରେ ସାମିଲ୍‌ ହୋଇଛନ୍ତି। ଏବେ ସବୁଠି ଗୋଟିଏ ଚର୍ଚ୍ଚା ଭାଜପା ସୁଜିତଙ୍କୁ ପୁଣିଥରେ ରାଜ୍ୟ ସଭା ପଠାଇବ କି? ତେବେ ଏନେଇ ଭାଜପା ସଭାପତି ମନମୋହନ ସାମଲ ବୁଧବାର ଦିଲ୍ଲୀ ଗସ୍ତ କରିଛନ୍ତି। ମନମୋହନଙ୍କ ସହିତ ଭାଜପାର କୋର ଟିମ୍‌ ମଧ୍ୟ ଅଛନ୍ତି। ତେବେ ଭାଜପା ସୁଜିତଙ୍କୁ ପୁଣି ରାଜ୍ୟ ସଭା ପଠାଇବ କି ନାହିଁ ତାହା BJPର କେନ୍ଦ୍ରୀୟ ନେତା ନିଷ୍ପତ୍ତି ନେବେ। ଏହି ଆଲୋଚନା ପାଇଁ ଭାଜପା ସଭାପତି ଦିଲ୍ଲୀ ଗସ୍ତ କରୁଥିବା ଜଣାପଡିଛି। ଏଥିସହ ରାଜ୍ୟ ଭାଜପା ସଙ୍ଗଠନକୁ ନେଇ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡିଛି। ସୂଚନାଥାଉ କି, ରାଜ୍ୟ ସଭା ଏମପି ପଦରୁ ପୂର୍ବତନ ବିଜେଡି ନେତା ସୁଜିତ କୁମାର ଇସ୍ତଫା ଦେବା ପରେ ଓଡ଼ିଶାରୁ କିଏ ରାଜ୍ୟ ସଭା ଯିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।