ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର

ପ୍ରଶିକ୍ଷଣ ନେବେ ବିଜେପି ସାଂସଦ, ବିଧାୟକ

ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଦ୍ବିତୀୟ ଥର ପାଇଁ ସାଂସଦ ଓ ବିଧାୟକଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ ହେବାକୁ ଯାଉଛି। ଆସନ୍ତା ୧୨ ଓ ୧୩ତାରିଖରେ ପୁରୀ ମେରାଇନ୍ ଡ୍ରାଇଭ୍ ରୋଡ୍‌ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ୨୦ଜଣ ଲୋକସଭା ସାଂସଦ, ୭୮ଜଣ ବିଜେପି ବିଧାୟକ, ୩ଜଣ ସ୍ବାଧୀନ ବିଧାୟକ, ଦଳର ରାଜ୍ୟ ସଭାପତିଙ୍କ ଠାରୁ ଆରମ୍ଭ କରି ସାଧାରଣ ସମ୍ପାଦକ (ସଂଗଠନ) ଏବଂ ସମସ୍ତ ପଦାଧିକାରୀ ଯୋଗଦେବେ। ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଉଦ୍‌ଘାଟନ କରିବେ। ଏହାପରେ ଏଥିରେ ଦଳର ଜାତୀୟ ସ୍ତରର କେତେକ ସଂଗଠକ, କୋର୍‌ କମିଟି ସଦସ୍ୟ ଏବଂ କେନ୍ଦ୍ର ମନ୍ତ୍ରୀ ଯୋଗଦେଇ ସାଂସଦ ଓ ବିଧାୟକଙ୍କୁ ତାଲିମ ଦେବେ। ଏହି ବୈଠକ ଯେପରି ସୂଚାରୁ ରୂପେ ଆୟୋଜନ ହେବ ସେଥିପାଇଁ ଆଜି ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଯୋଗଦେଇ ଆଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *