ଦଶମ ରାଉଣ୍ଡରେ ୩୩୨୩୨ ଖଣ୍ଡ ଭୋଟରେ ବିଜେପି ଆଗୁଆ
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।ଦଶମ ରାଉଣ୍ଡରେ ୩୩୨୩୨ ଖଣ୍ଡ ଭୋଟରେ ବିଜେପି ଆଗୁଆ।ଦଶମ ରାଉଣ୍ଡରେ ଜୟ ଢୋଲକିଆ ୫୦୩୩୩ ଖଣ୍ଡ ଭୋଟ ପାଇଛନ୍ତି। ଦ୍ବିତୀୟ ସ୍ଥାନରେ ରହି ସ୍ନେହାଙ୍ଗୀନି ଛୁରିଆ ୧୭୧୦୧ ଭୋଟ ପାଇଛନ୍ତି। ତୃତୀୟ ସ୍ଥାନରେ ଘାସିରାମ ମାଝୀ ୧୩୭୫୧ ଖଣ୍ଡ ଭୋଟ ପାଇଛନ୍ତି। ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି। ଷ୍ଟ୍ରଙ୍ଗ ରୁମରେ ସିଲ୍ ହୋଇଥିବା ଇଭିଏମ୍ ଖୋଲାଯାଇଛି। ଏକାସାଙ୍ଗେ ପୋଷ୍ଟାଲ୍ ବାଲାଟ୍ ଓ ଇଭିଏମ୍ ଗଣତି ଚାଲିଛି। ପ୍ରଥମ ରାଉଣ୍ଡ ଗଣତି ସରିଛି। ଶୁକ୍ରବାର ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି ଏବଂ ଭୋଟ୍ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି। ୩୫୮ ଟି ବୁଥରେ ମତ ଗଣତି ହେବ। ଏଥିପାଇଁ ୧୪ଟି ଟେବୁଲ କରାଯାଇଛି। ୨୬ଟି ରାଉଣ୍ଡରେ ଭୋଟ୍ ଗଣତି ହେବ।
