ପୁଣି ବଢ଼ିଲା ମେଣ୍ଟ ଚର୍ଚ୍ଚା

ବଢ଼ିଲା ମେଣ୍ଟ ଚର୍ଚ୍ଚା, ପୁଣି ଦିଲ୍ଲୀ ଗଲେ ମନମୋହନ ସାମିଲ

ପୁଣି ବଢ଼ିଲା ମେଣ୍ଟ ଚର୍ଚ୍ଚା । ପୁଣିଥରେ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ମୁଖ୍ୟ ମନମୋହନ ସାମିଲ, ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି। ଏମାନଙ୍କ ସହ ରାଜ୍ୟ ବିଜେପିର ସହ ପ୍ରଭାରୀ ଲତା ଉସେଣ୍ଡି ଓ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ ମେଣ୍ଟ ନେଇ ଆଲୋଚନା ହେବ ନା କେବଳ ପ୍ରାର୍ଥୀଙ୍କ ନାଁ ଉପରେ ମୋହର ବାଜିବ ସେକଥା ସ୍ପଷ୍ଟ ହୋଇନି। କିନ୍ତୁ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଡକରା ପାଇ ରାଜ୍ୟ ବିଜେପି ନେତା ଦିଲ୍ଲୀ ଯାଇଥିବା ବିଜୟପାଲ ସିଂହ ତୋମାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ସମସ୍ତ ବିଧାନସଭା ଓ ଲୋକସଭା ଆସନ ପାଇଁ ଆମେ ପ୍ରସ୍ତୁତି କରୁଛୁ। ଦିଲ୍ଲୀ ଯିବା ପୂର୍ବରୁ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ ଯେ ଦିଲ୍ଲୀରୁ ଯେତେବେଳେ ଡକରା ଆସିବ ସେତେବେଳେ ଆମେ ଯିବୁ। ଏହି ବୟାନର କିଛି ସମୟ ପରେ ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀରୁ ଡକରା ଆସିଛି ଓ ସେମାନେ ଦିଲ୍ଲୀ ଗସ୍ତ କରିଛନ୍ତି।