ନବୀନ ଓ ପାଣ୍ଡିଆନଙ୍କୁ ନେଇ ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ

ବିଜେଡିରେ ନେତାମାନେ ଅଣନିଃଶ୍ୱାସୀ ହୋଇଗଲେଣି: ପ୍ରସନ୍ନ ପାଟ୍ଟଶାଣୀ

ନବୀନ ଓ ପାଣ୍ଡିଆନଙ୍କୁ ନେଇ ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ । ପାଣ୍ଡିଆନଙ୍କ ପାଇଁ ବିଜେଡି ଧ୍ୱଂସ ହେଉଛି । ଦଳରେ ନେତାମାନେ ଦଳରେ ଅଣନିଃଶ୍ୱାସୀ ହୋଇଗଲେଣି । ତଥାପି କାହିଁକି ନବୀନ ପାଣ୍ଡିଆନଙ୍କୁ ଛାଡି ପାରୁନାହାନ୍ତି ? ପାଣ୍ଡିଆନଙ୍କ କଥାରେ ନବୀନ ମିଛ କହୁଛନ୍ତି । ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେବା କହିବା ସବୁଠୁ ବଡ଼ ମିଛ । ପାଣ୍ଡିଆନଙ୍କ ଯୋଗୁଁ ବିଜେଡି ନିର୍ବାଚନ ହାରିଛି । ବିଜେଡିରେ ନେତାମାନେ ଅଣନିଃଶ୍ୱାସୀ ହୋଇଗଲେଣି । ପର ବୁଦ୍ଧିରେ ବାଟ ଚାଲିଲେ ଘର ଭାଙ୍ଗିବ । ପାଣ୍ଡିଆନ ପାଇଁ ବିଜେଡି ଦଳର ଏପରି ବିପର୍ଯ୍ୟୟ । ତଥାପି ନବୀନ କାହିଁକି ପାଣ୍ଡିଆନଙ୍କୁ ଛାଡ଼ି ପାରୁନାହାନ୍ତି ତାହା ଆଶ୍ଚର୍ଯ୍ୟ ଲାଗୁଛି ।” ୱାକଫ୍ ବିଲ୍‌କୁ ନେଇ ବିଜେଡିରେ ଚାଲିଥିବା ବିଦ୍ରୋହ ମଧ୍ୟରେ ଆଜି ଏଭଳି ବିସ୍ଫୋରକ ବୟାନ ଦେଇ ରାଜନୀତିକୁ ଆହୁରି ସରଗରମ୍ କରିଛନ୍ତି ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ । ନବୀନଙ୍କ ନାଲିଆଖିକୁ ଆଉ ଡରୁନାହାନ୍ତି ନେତା, ଏପରିକି ପାଣ୍ଡିଆନଙ୍କୁ ବିରୋଧ କରି ଖୋଲାଖୋଲି ବିଦ୍ରୋହ ଘୋଷଣା କରୁଛନ୍ତି ।ଲୋକମାନେ ବିଜେଡି ଦଳକୁ ଫୋପାଡି ଦେଲେ । ଦଳ ନିର୍ବାଚନ ହାରିବା ପାଇଁ ପାଣ୍ଡିଆନ ଦାୟୀ । ତଥାପି ନବୀନ ତାଙ୍କୁ ଛାଡି ପାରୁନାହାନ୍ତି । ପାଣ୍ଡିଆନଙ୍କ ପାଖରେ କ’ଣ ଅଛି, ନବୀନ କାହିଁକି ଡରୁଛନ୍ତି ? ବିଜେଡି ଦଳରେ ଏବେ ବି ଭୀଷଣ ଷଡ଼ଯନ୍ତ୍ର ଚାଲିଛି । ପାଣ୍ଡିଆନ ସବୁ ଷଡଯନ୍ତ୍ର କରୁଛନ୍ତି । ମୋ ବିରୋଧରେ ବି ସେ ଷଡ଼ଯନ୍ତ୍ର କରିଥିଲେ । ମୁଁ ପ୍ରଥମେ ପାଣ୍ଡିଆନଙ୍କୁ ବିରୋଧ କରିଥିଲି । ମୁଁ ଚିଲିକାରୁ ଟିକେଟ୍‌ ଚାହୁଁଥିଲି, ଶେଷ ସମୟରେ ମୋତେ ଟିକେଟ୍ ଦେଲେନି ।