୧୬ରେ ବିଧାନସଭାରେ ଉପସ୍ଥିତ ରହିବାକୁ ବିଜେପି ବିଧାୟକଙ୍କୁ ନିର୍ଦ୍ଦେଶ

ବିଜେପି ଜାରି କଲା ହୁଇପ୍‌

ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଡର । ନିର୍ବାଚନ ପାଇଁ ଆଉ ୨ ଦିନ ବାକି ଥିବା ବେଳେ ବିରୋଧୀଙ୍କୁ ଘାରିଛି ଘୋଡ଼ା ବେପାର ଭୟ । କଂଗ୍ରେସ ବିଧାୟକଙ୍କୁ ଧରି ପିସିସି ସଭାପତି ବେଙ୍ଗାଲୁରୁ ହୋଟେଲକୁ ଯାଇଥିବା ବେଳେ ଏପଟେ ବିଜେଡି ବିଧାୟକଙ୍କ ସହ ଟଚ୍ରେ ନବୀନ । ସେପଟେ ବିଜେପି ପାଇଁ କ୍ରସ୍ ଭୋଟିଂ ଡର ନଥିଲେ ମଧ୍ୟ ଦଳର ସମସ୍ତ ବିଧାୟକଙ୍କୁ ପାରାଦୀପର ଏକ ତାରକା ହୋଟେଲକୁ ନେବାକୁ ନିଷ୍ପତ୍ତି ନେଇଛି ବିଜେପି । ଏହାରି ଭିତରେ ବିଜେପି ଜାରି କରିଛି ହ୍ବିପ୍ । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ହ୍ବିପ୍ ଜାରି କରିଛନ୍ତି । ଆସନ୍ତା ୧୬ ତାରିଖ ଅର୍ଥାତ ରାଜ୍ୟସଭା ନିର୍ବାଚନ ଦିନ ସମସ୍ତ ବିଜେପି ବିଧାୟକ ମାନେ ବିଧାନସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *