ନୂଆପଡ଼ା ଜିତିବାକୁ ବିଜେପିର କସରତ

ନୂଆପଡ଼ା ଉପନିର୍ବାଚନ ପାଇଁ ୮ ମନ୍ତ୍ରୀଙ୍କୁ ୮ଟି ଜୋନର ଦାୟିତ୍ୱ

ନୂଆପଡ଼ା ଜିତିବାକୁ ବିଜେପିର କସରତ । ନୂଆପଡ଼ା ଉପନିର୍ବାଚନ ପାଇଁ ୮ ମନ୍ତ୍ରୀଙ୍କୁ ୮ଟି ଜୋନର ଦାୟିତ୍ୱ ଦିଆଯାଇଛି । ୮ଟି ଜୋନକୁ ଜଗିବେ ୮ ଜଣ ମନ୍ତ୍ରୀ । ତେବେ ମିଳିଥିବା ସୂଚନା ମୁତାବକ ବଞ୍ଜରୀ ପାଇଁ ରବି ନାରାୟଣ ନାଏକଙ୍କୁ ଦାୟିତ୍ୱ ମିଳିଥିବାବେଳେ, ସୁନାଦେଶ ପାଇଁ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ପାତାଳେଶ୍ୱର ପାଇଁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜୟଜଂଘା ପାଇଁ କୃଷ୍ଣଚନ୍ଦ୍ର ପାତ୍ର, କୋନାଭଇରା ପାଇଁ ବିଭୂତି ଭୂଷଣ ଜେନା, ଯୋଗେଶ୍ୱର ପାଇଁ ନିତ୍ୟାନନ୍ଦ ଗଣ୍ଡଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ନୂଆପଡ଼ା ଏନଏସି ଜଗିବେ ମୁକେଶ ମହାଲିଙ୍ଗ ଏବଂ ଖରିଆର ରୋଡ୍ ଏନଏସି ପାଇଁ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *