ବଦଳିଲା ବିଜୁ କ୍ରୀଡ଼ା ସମ୍ମାନ ନାଁ

ବିଜୁ କ୍ରୀଡ଼ା ସମ୍ମାନ ନାଁ ବଦଳି ହେଲା ରାଜ୍ୟ କ୍ରୀଡା ସମ୍ମାନ

ବଦଳିଲା ସରକାର ବଦଳିଲା ନାଁ। ବିଜୁ କ୍ରୀଡ଼ା ସମ୍ମାନର ନାଁ ବଦଳାଇଛନ୍ତି ରାଜ୍ୟ ସରକାର। ଏନେଇ କ୍ରୀଡା ଓ ଯୁବ ସେବା ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ବିଜୁ କ୍ରୀଡ଼ା ସମ୍ମାନ ଏଣିକି ରାଜ୍ୟ କ୍ରୀଡା ସମ୍ମାନ ନାମରେ ପୁରସ୍କାର ପ୍ରଦାନ କରାଯିବ। ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ପ୍ରତିଭାବାନ କ୍ରୀଡ଼ାବିତଙ୍କୁ ବିଜୁ କ୍ରୀଡ଼ା ସମ୍ମାନରେ ସମ୍ମାନିତ କରୁଥିଲେ। ପ୍ରତିବର୍ଷ ଖେଳରେ ଭଲ ପ୍ରଦର୍ଶନ କରୁଥିବା କ୍ରୀଡ଼ାବିତଙ୍କୁ ବିଜୁ କ୍ରୀଡ଼ା ସମ୍ମାନରେ ସମ୍ମାନୀତ କରୁଥିଲେ। ଏବେ ରାଜ୍ୟରେ ସରକାର ବଦଳିବା ପରେ ଏହି ସମ୍ମାନର ନାଁ ବଦଳାଇ ଦେଇଛନ୍ତି କ୍ଷମତାରେ ଥିବା ବିଜେପି ସରକାର।

Leave a Reply

Your email address will not be published. Required fields are marked *