ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

11 ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ବିଭିନ୍ନ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି। ଗଞ୍ଜାମ, ବଲାଙ୍ଗୀର, କଟକ ନଗର, ପୁରୀ, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦ୍ରାପଡା, ବାଲେଶ୍ୱର, କଳାହାଣ୍ଡି, ମୟୁରଭଞ୍ଜ ଓ ଦେବଗଡ଼ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା ହୋଇଛି । ତେବେ ଗୋଟିଏ ପର୍ଯ୍ୟାୟରେ ସବୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇପାରୁନି । ଦୁଇଟି ପର୍ୟ୍ୟାୟରେ ନାଁ ଘୋଷଣା ହୋଇପାରେ ।

ଆଜି ପ୍ରଥମ ଦିନରେ ୨୩ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ପର୍ଯ୍ୟାୟରେ ୨୩ଟି ସାଂଗଠାନିକ ଜିଲ୍ଲାର ଜିଲ୍ଲା ସଭାପତି ନା ଘୋଷଣା ହେବା ପରେ ବାକି ୧୪ଟି ଜିଲ୍ଲା ସଭାପତିଙ୍କ ନାଁ ଦ୍ଵିତୀୟ ପର୍ଯ୍ୟାୟରେ ଘୋଷଣା କରାଯିବ ବୋଲି ସୂଚନା ରହିଛି । ସେପଟେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି କୌଣସି ଦ୍ୱନ୍ଦ୍ୱ ନାହିଁ । ସହମତି ଭିତରେ ଜିଲ୍ଲା ସଭାପତି ବଛାଯାଉଛି ।
ଗଞ୍ଜାମ : ସରୋଜ ସାବତ

ବଲାଙ୍ଗୀର : ଶ୍ରୀବତ୍ସ ବେହେରା

ପୁରୀ: ଦେବେନ୍ଦ୍ର ତରାଇ

ସୁନ୍ଦରଗଡ଼ : ଗିରିଶ ସାହୁ

ଢେଙ୍କାନାଳ : ରାହାସ ବିହାରୀ ବେହେରା

କେନ୍ଦ୍ରାପଡ଼ା : ଶଶାଙ୍କ ଶେଖର ସେଠି

ବାଲେଶ୍ୱର : ଈଶ୍ୱର ଚନ୍ଦ୍ର ବେହେରା

କଟକ ନଗର : ସୁକାନ୍ତ ବିଶ୍ୱାଳ

କଳାହାଣ୍ଡି : ଯୁଗଳ ପୋଢ଼

ମୟୁରଭଞ୍ଜ ( ରାଇରଙ୍ଗପୁର ) : ଜୁରିଲାଲ ମହନ୍ତ

ଦେବଗଡ଼ : ଅରୁଣ କୁମାର ସାହୁ