ବିହାର ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି,

ବିହାର ନିର୍ବାଚନ, ୭୧ ଜଣଙ୍କ ନାଁ ଘୋଷଣା କଲା ବିଜେପି

ବିଜେପି କଲା ପ୍ରାର୍ଥୀ ଘୋଷଣା । ବିହାର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାରେ ୭୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ତାଲିକା ଅନୁସାରେ ୭ ଥର ବିଧାୟକ ହୋଇଥିବା ନନ୍ଦ କିଶୋର ଯାଦବଙ୍କ ଟିକେଟ କାଟିଛି ବିଜେପି । ପାଟନା ସାହିବରୁ ରତ୍ନେଶ କୁଶୱାହାଙ୍କୁ ସୁଯୋଗ ମିଳିଛି ।ନନ୍ଦ କିଶୋର ଯାଦବ ବ୍ୟତୀତ ମନ୍ତ୍ରୀ ମୋତିଲାଲ ପ୍ରସାଦଙ୍କ ଟିକେଟ ମଧ୍ୟ କଟିଛି ।

ଟିକେଟ କଟିବା ପରେ ନନ୍ଦ କିଶୋର ଯାଦବ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଭାରତୀୟ ଜନତା ପାର୍ଟିର ନିଷ୍ପତ୍ତି ସହିତ ରହିଛି । ବିଜେପି ମୋତେ ବହୁତ କିଛି ଦେଇଛି । ମୋର କୌଣସି ଅଭିଯୋଗ ନାହିଁ । ନୂଆ ପିଢିକୁ ସ୍ବାଗତ ଏବଂ ଅଭିନନ୍ଦନ । ପାଟନା ସାହିବ ବିଧାନସଭା ଲୋକ ମୋତେ ଲଗାତାର ୭ ଥର ବିଜୟୀ କରାଇଛି । ସମସ୍ତେ ମୋତେ ଯେଉଁ ଭଲପାଇବା ଓ ସ୍ନେହ ଦେଇଛନ୍ତି, ତାହାକୁ ମୁଁ କେବେ ଭୁଲି ପାରିବି ନାହିଁ । ସମସ୍ତଙ୍କୁ ଧନ୍ୟବାଦ ।ତେବେ ବରିଷ୍ଠ ବିଜେପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ତାରାପୁର ସିଟରୁ ଟିକେଟ୍ ଦେଇଛି ବିଜେପି ।

ସେହିପରି ରାମ କୃପାଳ ଯାଦବଙ୍କୁ ଦଳ ଦାନାପୁର ଆସନରୁ ପ୍ରାର୍ଥୀ କରିଛି ।ଏଥର ବିଜେପି ଏବଂ ଜେଡିୟୁ ୧୦୧ ଟି ଲେଖାଏଁ ସିଟରେ ନିର୍ବାଚନ ଲଢିବେ ବୋଲି ଧାର୍ଯ୍ୟ ହୋଇଥିଲା । ଏହାସହ ଏଲଜେପି (ଆର୍) ୨୯ଟି ଆସନରେ ନିର୍ବାଚନ ଲଢ଼ିବ । ସେହିପରି ହାମ୍ ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୬ଟି ଲେଖାଏଁ ସିଟରେ ନିର୍ବାଚନ ଲଢିବେ ।

Leave a Reply

Your email address will not be published. Required fields are marked *