ଚାଷୀ ପ୍ରସଙ୍ଗ ଉଠାଇ ବିଜେଡି-ବିଜେପି ମୁହାଁମୁହିଁ
ଚାଷୀ ପ୍ରସଙ୍ଗ ଉଠାଇଛି ବିଜେଡି । ଚାଷୀ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା । ବିରୋଧୀ ଦଳ ପକ୍ଷରୁ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ତାହା କାହିଁକି ହେଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଚାଷୀଙ୍କର ହକ୍ ମାଗୁଥିଲୁ। ଲେଖିତ ଭାବେ ବାଚସ୍ପତିଙ୍କୁ ଜଣାଇଥିଲୁ। କିନ୍ତୁ ତାହା ହେଲା ନାହିଁ। ଲଗାଣ ବର୍ଷା କାରଣରୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗୁଛି। ଚାଷୀଙ୍କ ଆତ୍ମ ହତ୍ୟା କରିଛନ୍ତି । ତାହା କ’ଣ ଆଲୋଚନା ହେବ ନାହିଁ । କଟନି ଛଟନି ଆଲୋଚନା ହେବ । କିନ୍ତୁ ଚାଷୀଙ୍କ କଥା ପ୍ରଥମ କାହିଁକି ତାଙ୍କୁ କ୍ଷତି ପୂରଣ ଦିଆଗଲା ନାହିଁ । ବଡ ସମସ୍ୟା ୧୪ଟି ଜିଲ୍ଲାର ଚାଷୀଙ୍କ ସମସ୍ୟା ଏକ ବଡ଼ ପ୍ରସଙ୍ଗ । ବିଧାନସଭାର ନିୟମ ଅନୁଯାଇ ଆମେ ଅନୁମତି ମାଗିଥିଲୁ । ଚାଷୀ ପ୍ରସଙ୍ଗ ବିଜେଡି ନୁହେଁ ଓଡ଼ିଶା ବାସୀଙ୍କ ବିଚାରେ ଗୁରୁତ୍ତ୍ୱପୂର୍ଣ ବିଷୟ । ଏହାର ଜବାବ ରଖିଛି ବିଜେପି । ବିଜେପି ବିଧାୟକ ଇରାଶିଷ୍ ଆଚାର୍ଯ୍ୟ କହିଛନ୍ତି ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରଶ୍ନ କାଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସାରା ଓଡ଼ିଶାବାସୀ ଚାହାଁନ୍ତି ବିଧାନସଭା ସୁରୁଖୁରୁରେ ଚାଲୁ । ଯେହେତୁ ପ୍ରସଙ୍ଗ ନାହିଁ, ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ବିଜେଡି । ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ଇରାଶିଷ୍ । କଂଗ୍ରେସ ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଥିଲୁ । କୌଣସି ଆବଶ୍ୟକତା ନଥିଲା ପ୍ରଶ୍ନକାଳରେ ଗୃହରେ ହଟଗୋଳ କରିବା । ଲୋକଙ୍କ ପାଇଁ ଉତ୍ତର ଦାୟିତ୍ଵ ପାଇଁ ଆମେ ଅଛୁ କିନ୍ତୁ ବିରୋଧୀ କାହିଁକି ପଳାତକ ସାଜୁଛନ୍ତି ।
