ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି

ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ବାସଭବନରେ ଦଳର ୧୦ ଜଣ ବିଧାୟକଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତି ବୈଠକ କରିଛନ୍ତି।ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁ ଗାଁରେ ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା ଏବଂ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ ବୃଦ୍ଧି କରିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି।ରାଜ୍ୟର ଭାଜପା ନେତୃତ୍ୱାଧୀନ ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ, ପ୍ରତିଶ୍ରୁତି ପୂରଣରେ ବିଫଳତା ଏବଂ ଜନବିରୋଧୀ ନୀତିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିଧାୟକମାନଙ୍କୁ କୁହାଯାଇଛି। ବୈଠକରେ ଧାନ ସଂଗ୍ରହ ପ୍ରକ୍ରିୟା ଏବଂ ଚାଷୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।ଏହି ବୈଠକରେ ପ୍ରତାପ କେଶରୀ ଦେବ, ବିଭୂତି ଭୂଷଣ ବଳବନ୍ତରାୟ, ସାରଦା ପ୍ରସନ୍ନ ନାୟକ, ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ଯୋଗେଶ କୁମାର ସିଂ, ଅଧିରାଜ ମୋହନ ପାଣିଗ୍ରାହୀ, ସୁନୀଲ ମହାନ୍ତି, ରୂପେଶ ପାଣିଗ୍ରାହୀ ଏବଂ ରୋହିତ ଜୋସେଫ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *