ଆଜି ଲୋକସେବା ଭବନ ଘେରାଉ କରିବ ବିଜେଡି
ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ସବୁଠି ପ୍ରତିବାଦ, କ୍ଷୋଭ। ଆଜି ଲୋକସେବା ଭବନ ଘେରାଉ କରିବ ବିଜେଡି। ଏଫ ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ତେଜିଲା ରାଜନୀତି । ଏହା ଏକ ଆନୁଷ୍ଠାନିକ ବିଶ୍ବାସଘାତକତାରୁ କିଛି କମ୍ ନୁହଁ । ଏକ ଯୋଜନାବଦ୍ଧ ଅନ୍ୟାୟ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ନବୀନ । ଏହାର ପ୍ରତିବାଦରେ ଆଜି ବିଜେଡି ଲୋକସେବା ଭବନ ଘେରାଉ କରିବ । ନ୍ୟାୟିକ ତଦନ୍ତ ଘୋଷଣା ନହେବା ଯାଏଁ ବିଜେଡ଼ି ଲଢେଇ ଜାରି ରଖିବ ବୋଲି କହିଛି । ରାଜ୍ୟପାଳ କହିଛନ୍ତି, ଛାତ୍ରୀ ମୃତ୍ୟୁ ଘଟଣାରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଘଟଣାରେ ଯେଉଁମାନେ ଦାୟୀ ସେମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିବ ବୋଲି କହିଛନ୍ତି । କଲେଜ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ ପରେ ବି ନ୍ୟାୟ ନମିଳିବାକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି
