ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ସରକାରଙ୍କୁ ଟାର୍ଗେଟ କଲା ବିଜେଡି

ସରକାରଙ୍କୁ ବିଜେଡିର ଟାର୍ଗେଟ

ବହୁଚର୍ଚ୍ଚିତ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ନେଇ ବିଜୁ ଜନତା ଦଳ ଶୋକ ପ୍ରକାଶ କରିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହିତ ପୀଡ଼ିତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଗଣମାଧ୍ୟମ ଆଗରେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସ ବର୍ମା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ନୂଆ ସରକାର ଆସିଲା ପରେ ଓଡ଼ିଶାର ଜନସାଧାରଣଙ୍କୁ ଆଶ୍ବସ୍ତିଲାଭ କରିଥିଲେ । ବିଜେପି ମଧ୍ୟ ଯେତେବେଳେ ସରକାରକୁ ଆସିଥିଲା, ଲୋକାଭିମୁଖି ଶାସନ ଦେବୁ ବୋଲି ପ୍ରତିଶ୍ରୁତି ଦେଇଥିଲା । ମହିଳାଙ୍କୁ ସୁରକ୍ଷା ଦେଇ ନୂଆ ଉଦାହରଣ ସୃଷ୍ଟି କରିବୁ ବୋଲି କହିଥିଲା। 

ନାରୀ ସୁରକ୍ଷା ମାମଲାରେ ବର୍ତ୍ତମାନ ରାଜ୍ୟର ସ୍ଥିତି ଭଲ ନାହିଁ ବୋଲି ସେ କହିଛନ୍ତି ।ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଭଉଣୀ ଓ ବଳଙ୍ଗା ପୀଡ଼ିତା ଓଡ଼ିଶା ସରକାରଙ୍କୁ ଆଜି କାଠ ଗଡ଼ାରେ ଛିଡ଼ା କରିଯାଇଛନ୍ତି । ଗତମାସ ୧୨ ତାରିଖ ଦିନ ପେଟ୍ରୋଲ ଢ଼ାଳି ହୋଇଥିବା ବାଲେଶ୍ବର ଝିଅ ୬୦ ଘଣ୍ଟା ପରେ ଆଖିବୁଜିଥିଲେ। ବଳଙ୍ଗା ପୀଡ଼ିତା ୧୫ଦିନ ପରେ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରିବା ପରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।  ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ବାଚନ ମଣ୍ଡଳୀରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟିଛି । ନିଜ ନିର୍ବାଚନ ମଣ୍ଡଳୀରେ ଯେଉଁ ଅଭାବନୀୟ ଘଟଣା ଘଟିଲା, ସେ ଶୋକ ବାର୍ତ୍ତା ଦେଇଛନ୍ତି ଓ ସେ ଜଣେ ମହିଳା, ସେ ଓଡ଼ିଶାର ଆଇନ ଶୃଙ୍ଖଳାର ଅଧୋଗତି ପାଇଁ ନୈତିକି ଦାୟିତ୍ବ ନେବେ କି?

ପୀଡ଼ିତା ଯେତେବେଳେ ଏମ୍ସରେ ଚିକିତ୍ସିତ ହେଉଥିଲେ, ସେଠି ପୀଡିତାଙ୍କୁ ଭେଟିଲେ ନାହିଁ। ବିଜେଡିର ଦାବି ପରେ ଏମ୍ସ ଦିଲ୍ଲୀକୁ ବଳଙ୍ଗା ପୀଡ଼ିତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ଆମ ଦଳର ସାଂସଦମାନେ ଏମ୍ସରେ ପୀଡିତାଙ୍କୁ ଭେଟିଥିଲେ।ବିଗତ ୧୫ ଦିନ ଭିତରେ କୌଣସି ସ୍ବାସ୍ଥ୍ୟ ବୁଲେଟିନ ଜାରି କରାଗଲା ନାହିଁ । ପୁଲିସ ପ୍ରଶାସନକୁ ପୀଡ଼ିତା ୩ଥର ବୟାନ ଦେଇଥଲେ । ଯେଉଁ ୩ ଜଣ ନିଆଁ ଲଗାଇଥିଲେ, ସେବାନେ ପୁଲିସ ହାତକୁ ଆସିଲେ ନାହିଁ । ଏହା ପୁଲିସ ପ୍ରଶାସନର ଚରମ ବିଫଳତାକୁ ଦର୍ଶାଉଛି । ରାଜ୍ୟରେ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ନାରୀ ନିର୍ୟାତନା ବଢ଼ି ଚାଲିଥିବା ବେଳେ କ୍ୟାମ୍ପସ ଅସୁରକ୍ଷିତ ହୋଇଯାଇଛି । ଏହା ପ୍ରଶାସନର ଦୁର୍ବଳତାକୁ ସୂଚାଉଛି ।