ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ

ରିପିଟ୍‌ ହେଲେ ଅଶ୍ୱିନୀ, ବିଜେଡି କଲା ସମର୍ଥନ

ରାଜ୍ୟସଭା କ୍ଷେତ୍ରରେ ରିପିଟ୍‌ ହେଲା ୨୦୧୯ ଗଣିତ । ୨୦୨୪ ପାଇଁ ସମାନ ଫର୍ମୁଲା ଆପଣାଇଲା BJD । BJP ପ୍ରାର୍ଥୀଙ୍କୁ BJD ପୁଣି କଲା ଦୃଢ଼ ସମର୍ଥନ । ୨୦୧୯ରେ ଅଶ୍ୱିନୀ ବୈଷ୍ଣବଙ୍କୁ BJP ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଆଉ ସଂଖ୍ୟା ଗରିଷ୍ଠତା କାରଣରୁ ସମର୍ଥନ ଜଣାଇଥିଲା BJD । ଆଉ ଏବେ ଅର୍ଥାତ୍ ୨୦୨୪ ପାଇଁ BJP ପୁଣି ଅଶ୍ୱିନୀଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥିବାବେଳେ BJD ଏହାକୁ ସମର୍ଥନ ଜଣାଇଛି ।

ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିବା BJD ବିଧିବଦ୍ଧ ଭାବେ ଘୋଷଣା କରିଛି । ସମର୍ଥନକୁ ନେଇ BJD ପକ୍ଷରୁ ପ୍ରେସ୍‌ ରିଲିଜ ଜାରି କରାଯାଇଛି । ଯେଉଁଥିରେ ଅଶ୍ୱିନୀ ବୈଷ୍ଣବଙ୍କୁ BJD ସମର୍ଥନ କରିଥିବା ଦର୍ଶାଯାଇଛି । ରାଜ୍ୟସଭା ପାଇଁ ଓଡ଼ିଶାର ୩ଟି ଆସନ ଖାଲି ହୋଇଥିଲା । BJD ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଏପ୍ରିଲ ୩ରେ ଶେଷ ହେଉଥିଲା ।