ବିଜେଡିର ବଳଙ୍ଗା ଥାନା ଘେରାଉ
ବିଜେଡିର ବଳଙ୍ଗା ଥାନା ଘେରାଉ। ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ପାଇଁ ଦାବି।ପୁଲିସ ଛାଉଣୀରେ ପରିଣତ ହୋଇଛି ବଳଙ୍ଗା ଥାନା । ବିଜୁ ଜନତା ଦଳ ବଳଙ୍ଗା ଥାନା ଘେରାଉ କରିଥିବା ବେଳେ ଆଇନଶୃଙ୍ଖଳା ପାଇଁ ଜଗିଛନ୍ତି ୩ ପ୍ଲାଟୁନ୍ ଫୋର୍ସ । ଥାନା ଭିତରକୁ ଧସେଇ ପଶିବାକୁ ବିଜେଡି କର୍ମୀଙ୍କ ଉଦ୍ୟମ ସମୟରେ ପୁଲିସ ସହ ଧସ୍ତାଧସ୍ତି । ବଳଙ୍ଗା ଥାନାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । ପିପିଲି ଏସଡିପିଓ ଦେବାଶିଷ ମିଶ୍ର କହିଛନ୍ତି ସିସିଟିଭି ଆଧାରରେ ତଦନ୍ତ ଚାଲିଛି । ଏହି ଘଟଣାରେ କାହାକୁ ଅଟକ ରଖାଯାଇନାହିଁ । ଆଜି ସକାଳେ ବଳଙ୍ଗା ପୁଲିସ ୩ ଜଣଙ୍କୁ ଉଠାଇ ନେଇ ପଚରାଉଚରା କରି ଛାଡିଦେଇଥିଲା । ଯେଉଁ ୩ ଜଣଙ୍କୁ ପୁଲିସ ଉଠାଇ ପଚରା ଉଚରା କରୁଛି, ସେମାନେ ୩ ଜଣ ନାବାଳିକାଙ୍କର ବନ୍ଧୁ ବୋଲି ଜଣାପଡିଛି ।
