ସସ୍ମିତ ପାତ୍ରଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କଲେ ନବୀନ ପଟ୍ଟନାୟକ

ସସ୍ମିତ ପାତ୍ରଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫାକୁ ଗ୍ରହଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଗ୍ରହଣ କରିଛନ୍ତି। ସସ୍ମିତ ପାତ୍ର ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ଭାବେ କାର୍ଯ୍ୟ କରୁଥିଲେ । ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କର ଏହି ଇସ୍ତଫା ପତ୍ରକୁ ଦଳୀୟ ସଭାପତି ଅନୁମୋଦନ କରିଛନ୍ତି।ସସ୍ମିତ ପାତ୍ରଙ୍କ ଇସ୍ତଫା ପରେ ଏବେ ରାଜ୍ୟ ସଭାରେ ଦଳର ନେତୃତ୍ୱ କିଏ ନେବ, ସେ ନେଇ ଆଲୋଚନା ଆରମ୍ଭ ହେଉଛି । ସସ୍ମିତ ଜଣେ ଦକ୍ଷ ଏମ୍‌ପି ଭାବେ ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ବର ଉଠାଇ ଆସୁଥିଲେ । ତେଣୁ ତାଙ୍କର ଏହି ନିଷ୍ପତ୍ତି ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *