ଆଜି ବସିବ ବିଜେଡି ବଡ଼ ବୈଠକ

ବିଦ୍ରୋହ ଭିତରେ ବିଜେଡିର ପ୍ରଥମ ପିଏସି ବୈଠକ

ଆଜି ବସିବ ବିଜେଡି ବଡ଼ ବୈଠକ । ବିଦ୍ରୋହ ଭିତରେ ବିଜେଡିର ପ୍ରଥମ ପିଏସି ବୈଠକ । ନବୀନ ନିବାସରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜନୈତିକ ବ୍ୟାପାର କମିଟି ବୈଠକ । କମିଟି ଗଠନ ହେବା ପରେ ଆଜି ଏହାର ପ୍ରଥମ ବୈଠକ ହେବ । ଗତ ୫ ତାରିଖରେ କମିଟି ଗଠନ ହୋଇଥିଲା । ଦୀର୍ଘ ୨୫ ବର୍ଷ ପରେ ଏହି କମିଟି ଗଠନ କରିଛନ୍ତି ନବୀନ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କମିଟିରେ ଅନେକ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇନାହିଁ । ରାଜା ସ୍ୱାଇଁ, ପ୍ରସନ୍ନ ଆଚାର୍ୟ୍ୟ, ଅନଙ୍ଗ ଉଦୟ ସିଂହଦେଓ, ଦେବୀ ମିଶ୍ର, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକଙ୍କ ଭଳି ପୁରୁଖା ନେତାଙ୍କୁ କମିଟିରେ ସ୍ଥାନ ମିଳିନାହିଁ । ଏମାନେ ପିଏସି କମିଟି ଗଠନ ନେଇ ବାରମ୍ବାର ଦାବି କରିଆସୁଥିଲେ । ହେଲେ କମିଟିରେ ସାମିଲ ନହେବା ପରେ ଏହି ନେତାମାନେ ଆଉ ବିଜେଡିର ରାଜନୈତିକ ବ୍ୟାପାରରେ ମୁଣ୍ଡ ଖେଳେଇ ପାରିବେନି । ତେବେ ଆଜି ବୈଠକରେ ନବୀନ କ’ଣ ନିଷ୍ପତ୍ତି ନେଉଛନ୍ତି, ତା’ ଉପରେ ରହିଛି ନଜର ।