ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହରେ BJDର ପ୍ରତିବାଦ

ପୋଡିୟମ ଉପରକୁ ଚଢ଼ିଗଲେ BJD ନେତା

ବାଚସ୍ପତି ସୁରମା ପାଢୀଙ୍କ ଆଗରେ ବିଜେଡିର ବିଶୃଙ୍ଖଳିତ ଆଚରଣ। ଜଣେ ମହିଳା ବାଚସ୍ପତିଙ୍କ ପୋଡିୟମ୍ ଦଖଲ କରିବାକୁ ବିଜେଡି ବିଧାୟକ ଉଦ୍ୟମ କରିଥିଲେ। ବିଧାନସଭା ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଦିନରୁ ହଟ୍ଟଗୋଳ କରିଆସୁଥିଲା ବିଜେଡି। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆଜି ମଧ୍ୟ ଗୃହରେ ତୁମୁଳକାଣ୍ଡ ଓ ଅରାଜକତା ଘଟାଇଥିବା ଦେଖିବାକୁ ମିଳିଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା କରିଥିଲେ। ବିଜେଡିର ୨ ବିଧାୟକ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ିଯାଇଥିଲେ। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ଚଢ଼ିଯାଇଥିଲେ।

ବାଚସ୍ପତିଙ୍କ ସିଟ୍ ପାଖକୁ ଯିବାକୁ ମଧ୍ୟ ବିଜେଡି ବିଧାୟକ ଉଦ୍ୟମ କରିଥିଲେ। ସେହିଭଳି ଅନ୍ୟ ଜଣେ ବିଜେଡି ବିଧାୟକ ସିଢି ବାଟ ଦେଇ ମଧ୍ୟ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ।