ବିଜେଡିର ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ
ଶଙ୍ଖ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଜେଡିର ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ । ସମନ୍ୱୟ କମିଟି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ସମନ୍ୱୟ ଓ କ୍ରିୟାନୁଷ୍ଠାନ କମିଟି ସହ ଉପଦେଷ୍ଟା କମିଟି, ସଭ୍ୟ ସଂଗ୍ରହ ଅଭିଯାନ କମିଟି ଓ କାର୍ୟ୍ୟ ପରିଚାଳନା କମିଟର ସମସ୍ତ ସଦସ୍ୟ ଉପସ୍ଥିତ ଅଛନ୍ତି । ସଭ୍ୟ ସଂଗ୍ରହ ଓ ଆସନ୍ତା ବିଜୁ ଜୟନ୍ତୀ ପାଳନ ନେଇ ଆଲୋଚନା ଚାଲିଛି । ଏପଟେ ୧୨ରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ଶଙ୍ଖ ଭବନରେ ବିଧାୟକ ଦଳ ନେତାଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟାରେ ବସିବ ମିଟିଂ । ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ କରାଯିବ ।

ସଂସଦର ବଜେଟ ଅଧିବେଶନ ପୂର୍ବରୁ ଏହି ବୈଠକରେ ବଜେଟ ଅଧିବେଶନ ପାଇଁ ଦଳ ପ୍ରସ୍ତୁତ କରିବ ରଣନୀତି । ବୈଠକରେ ଅଧ୍ୟକ୍ଷତା କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ବୈଠକରେ ମୁଖ୍ୟତଃ ଏକକ ନିର୍ବାଚନ ବିଲ, ୱାକଫ ଆମେଣ୍ଡମେଣ୍ଟ ବିଲ, ରାଜ୍ୟକୁ ସ୍ପେଶାଲ କ୍ୟାଟାଗୋରୀ ଷ୍ଟାଟସ, ପୁରୀ ଗ୍ରୀନ ଫିଲଡ ଏୟାରପୋର୍ଟ, ଇଷ୍ଟକୋଷ୍ଟ ରେଲୱେରୁ ୱାଲଟିୟର ଡିଭିଜନ ଅଲଗା ହେବା, ରାଜ୍ୟରେ ଟେଲି ଡେନସିଟି ସହ ଅଧିକ ସଂଖ୍ୟାରେ ବ୍ୟାଙ୍କ ସ୍ଥାପନ ଉପରେ ଆଲୋଚନା ହୋଇପାରେ ।
