ପାଣ୍ଡିଆନଙ୍କ ନାଁରେ ଟଙ୍କା ମାଗୁଥିଲେ ଏବେ ଗିରଫ ହେଲେ

ବିଜେଡିରୁ ବହିଷ୍କୃତ ସସ୍ମିତା ମାଝୀ ଗିରଫ

ବିଜେଡିରୁ ବହିଷ୍କୃତ ସସ୍ମିତା ମାଝୀ ଗିରଫ । ଦୁଇ ଦିନ ପୂର୍ବରୁ ବିଜେଡିରୁ ବହିଷ୍କୃତ ହୋଇଥିଲେ ମାଲକାନଗିରିର ନେତ୍ରୀ ତଥା ମାଥିଲି-୩ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ । ଏବେ ଜଗତସିଂହପୁରରୁ ସସ୍ମିତାଙ୍କୁ ଗିରଫ କରିଛି ମାଥିଲି ପୋଲିସ । ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ୨ ଦିନ ତଳେ ବିଜେଡିରୁ ବହିଷ୍କାର ହୋଇଥିଲେ ସସ୍ମିତା ମାଝୀ । ପୂର୍ବରୁ ମାଷ୍ଟରମାଇଣ୍ଡ ରମେଶ ରାଉତଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ପାଣ୍ଡିଆନଙ୍କ ସମ୍ପର୍କୀୟ କହି ଲକ୍ଷାଧିକ ଟଙ୍କା ଠକେଇ କରିଥିଲେ । ସୂଚନାଯୋଗ୍ୟ, ସସ୍ମିତା ମାଝିଙ୍କ ସହ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ନାମରେ ମଧ୍ୟ ମାଥିଲି ଥାନାରେ ରୁଜୁ ହୋଇଥିଲା ମାମଲା। ପୋଲିସ ରମେଶ ଚନ୍ଦ୍ର ରାଉତଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମଧ୍ୟ ଆଜି ସଶ୍ମିତାଙ୍କୁ ଗିରଫ କରିଛି । ସସ୍ମିତା ମାଝି ଲୋକଙ୍କୁ ଚାକିରି କରାଇବା ପାଇଁ ଟଙ୍କା ମାଗିଥିଲେ ଓ ରମେଶ ରାଉତ ଚାକିରି କରାଇଦେବେ ବୋଲି କହି ସିଧାସଳଖ ଆକାଉଣ୍ଟରେ ଟଙ୍କା ନେଇଥିଲେ। ଜଣେ କି ଦୁଇ ଜଣ ନୁହେଁ ଅନେକ ବ୍ୟକ୍ତିଙ୍କ ଠାରୁ ଏହି ଅର୍ଥ ହଡପ କରାଯାଇଥିବା ଜଣାପଡିଛି। ଏନେଇ ମାଥିଲି ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି।