ମେଳି ନୁହଁ ଭେଟଘାଟ: ପ୍ରସନ୍ନ ଆଚାର୍ଯ୍ୟ
ବିଜେଡି ନେତାଙ୍କ ମେଳି ପ୍ରସଙ୍ଗ। ମେଳି ନୁହଁ ଭେଟଘାଟ କହିଲେ ପ୍ରସନ୍ନ ଆଚାର୍ୟ୍ୟ। ମୋ ଦେହ ଖରାପ ଅଛି । ସେଥିପାଇଁ ମୋ ବନ୍ଧୁ ମାନେ ଭେଟିବାକୁ ଆସିଥିଲେ । ଏହା ମେଳି ନୁହଁ, ବରଂ ସାଧାରଣ ଗସ୍ତ। ବିଜେଡି ସଂଗଠନ ଆଗକୁ ବଢୁଛି । ସଂଗଠନ ପାଇଁ ବୟସ ବାଧକ ନୁହଁ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ବରିଷ୍ଠ ନେତା ପ୍ରଫୁଲ୍ଲ ମଲିକ, ଅଶୋକ ପଣ୍ଡା ଓ ଭୁପିନ୍ଦର ସିଂ ପ୍ରସନ୍ନ ଆଚାର୍ୟ୍ୟଙ୍କ ଘରକୁ ଯାଇ ବୈଠକ କରିଥିବା ଚର୍ଚ୍ଚା ହେଉଥିଲା , ଯାହାକୁ ଖଣ୍ଡନ କରିଛନ୍ତି।
