ଓସିଏ ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା

ଓସିଏ ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା

ଓସିଏ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବବି ଦାସ । ଏ ନେଇ ଓସିଏ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୨୦୨୨ ମସିହା ଅକ୍ଟୋବର ମାସରେ ଓସିଏର ସଭାପତି ଦାୟିତ୍ୱ ନେଇଥିଲେ ପ୍ରଣବ ପ୍ରକାଶ ଦାସ । ସେ ନିର୍ଦ୍ୱନ୍ଦ୍ୱରେ ଏହି ପଦ ପାଇଁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ଏହି ପଦରେ ସଞ୍ଜୟ ବେହେରା ରହିଥିଲେ । ତେବେ ସଭାପତି ଦାୟିତ୍ୱ ନେବାପରେ ଲଗାତାର ଓସିଏର କାର୍ଯ୍ୟ କରିବା ଢାଞ୍ଚାରେ ପରିବର୍ତ୍ତନ ଆସିଥିଲା। ସେ ତାଙ୍କ ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇ ଥିବା ସଞ୍ଜୟ କହିଛନ୍ତି। ଆସନ୍ତା ୪୫ ଦିନ ଭିତରେ OCAର ସଭାପତି ପଦ ପାଇଁ ନିର୍ବାଚନ କରାଯିବ। ଏକ ସାଧରଣ ପରିଷଦ ବୈଠକ ଡ଼କାଯାଇ ସଭାପତି ନିର୍ବାଚନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।୮ ମାସ ପରେ ବାରବାଟୀ ଷ୍ଟାଡ଼ିୟମରେ ଏକ ଆନ୍ତଜାର୍ତୀୟ ମ୍ୟାଚ ଖେଳା ଯାଉଥିବାରୁ ସେ ପର୍ଯ୍ୟନ୍ତ ସଭାପତି ପଦରେ ରହିବାକୁ OCA ସମ୍ପାଦକ ସଞ୍ଜୟ ବେହେରା ପ୍ରଣବଙ୍କୁ ଅନୁରୋଧ କରିଥିଲେ। ତେବେ ପ୍ରଣବ ଏହି ପଦରେ ରହିଲେ OCA ପାଇଁ କିଛି କରି ପାରିବେ ନାହିଁ ବୋଲି ସମ୍ପାଦକଙ୍କୁ କହିଥିଲେ। ତେବେ ନିର୍ଦ୍ଦିଷ୍ଟ ଭାବରେ କେଉଁ କାରଣ ପାଇଁ ଅବଧି ସରିବା ପୂର୍ବରୁ ସେ ଇସ୍ତଫା ଦେଲେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ବର୍ତ୍ତମାନ ପାଇଁ କାମଚଳା ସଭାପତି ଭାବରେ OCA ଉପ ସଭାପତି ପଙ୍କଜ ଲୋଚନ ମହାନ୍ତି ଦ୍ବାୟିତ୍ବ ତୁଲାଇବେ।