ହରଡ଼ଘଣାରେ ବିଜେଡି ନେତା ପ୍ରଭାତ ବିଶ୍ଵାଳ !

ସିସୋର ଚିଟଫଣ୍ଡ ମାମଲାରେ ବିଶ୍ଵାଳ ଦମ୍ପତିଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଇଡି

ଦିନକୁ ଦିନ ବଢିବାରେ ଲାଗିଛି ବିଜେଡି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଅଡ଼ୁଆ । ସିସୋର ଚିଟଫଣ୍ଡ ସଂସ୍ଥାରେ ସମ୍ପୃକ୍ତି ଏବେ ପ୍ରଭାତ ବିଶ୍ବାଳଙ୍କୁ ହରଡଘଣାକୁ ଟାଣିଛି । ପୂର୍ବରୁ ସିସୋର ଚିଟଫଣ୍ଡ ମାମଲାରେ ଶ୍ରୀ ବିଶ୍ୱାଳଙ୍କୁ ସିବିଆଇ ଗତ ୨୦୧୭ ସେପ୍ଟେମ୍ବର ୧୯ତାରିଖରେ ଗିରଫ କରିଥିଲା । ଶ୍ରୀ ବିଶ୍ୱାଳଙ୍କ ବିରୁଦ୍ଧରେ ମନି ଲଣ୍ଡ୍ରିଂ ଆକ୍ଟରେ ମାମଲା ରୁଜୁ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତ ୨୦୨୨ ଜୁଲାଇ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କର ପ୍ରାୟ ୩କୋଟି ୯୨ଲକ୍ଷ ଟଙ୍କାର ସମ୍ପତ୍ତି ବ୍ୟାଜ୍ୟାପ୍ତି କରିଥିଲେ । ଏହି କେଶରେ ଜାମିନରେ ଅଛନ୍ତି ପ୍ରଭାତ ।

ସୂଚନା ଅନୁସାରେ ଭୁବନେଶ୍ୱରସ୍ଥିତ ସିବିଆଇ କୋର୍ଟ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ବିରୁଦ୍ଧରେ ଆଇପିସିର ବିଭିନ୍ନ ଧାରାରେ ଚାର୍ଜଫ୍ରେମ କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ କରିଛି। ବିଶ୍ୱାଳ ଦମ୍ପତିଙ୍କ ବ୍ୟତୀତ ସିସୋର ଚିଟଫଣ୍ଡ ସଂସ୍ଥାର ଦୁଇ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶ, ପ୍ରଭାତ କୁମାର ଦାଶ ଓ ଅନ୍ୟ ୩ଜଣଙ୍କ ବିରୁଦ୍ଧରେ ମଧ୍ୟ ସ୍ୱତନ୍ତ୍ର କୋର୍ଟରେ ମନି ଲଣ୍ଡ୍ରିଂ ଆକ୍ଟରେ ଏହି ଚାର୍ଜଶିଟ୍‌ ଦାଖଲ ହୋଇଥିବା ଜଣାପଡ଼ିଛି। ଯାହାକୁ ନେଇ ଏବେ ପ୍ରଭାତଙ୍କ ଅଡୁଆ ବଢିବାରେ ଲାଗିଛି ।