ମହାନଦୀ ସମସ୍ୟା ପାଇଁ ବିଜେଡି ଦାୟୀ
ମହାନଦୀ ସମସ୍ୟା ନେଇ ସର୍ବଦଳୀୟ ବୈଠକ ବାତିଲ ହେବା ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଜୁରୁରୀ ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ମୁଖ୍ୟ ଶାସନ ସଚିବ ଯୋଗ ଦେଇଥିଲେ । ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ମହାନଦୀ ଟ୍ରିବ୍ୟୁନାଲରେ ବିଳମ୍ବ ବିଜେଡି ସରକାରରେ ହୋଇଥିଲା ।
୨୪ବର୍ଷର ଶାସନ ବେଳେ ଏହି ସମସ୍ୟା ସୃଷ୍ଟି ହୋଇଥିଲା । ଛତିଶଗଡ଼ର ବ୍ୟାରେଜ ନିର୍ମାଣକୁ ସେ ସମୟରେ ବିରୋଧ କରାଯାଇନଥିଲା । କେନ୍ଦ୍ର ସରକାର ଟ୍ରିବ୍ୟୁନାଲ କାଳ ଦେଢ଼ ବର୍ଷରୁ ୫ ବର୍ଷ ଯାଏଁ ବଢ଼ାଇଲେ, ଓଡ଼ିଶା କେବଳ ଗୋଟିଏ ସାକ୍ଷୀକୁ ଟ୍ରିବ୍ୟୁନାଲ ସାମ୍ନାରେ ଉପସ୍ଥାପନ କରିଥିଲା । ଓଡ଼ିଶା ବିରୋଧରେ ଛତିଶଗଡ଼ ବ୍ୟବହାର କରୁଥିବା ଅସ୍ତ୍ର ବିଜେଡି ଦେଇଛି, ଓଡ଼ିଶା ହାରିବା ଓ ଛତିଶଗଡ଼ ଜିତିବା ପାଇଁ ଯାହା ଦରକାର ବିଜେଡି କରିସାରିଛି । ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ୬୦ଟି ଶୁଣାଣିରେ ଯାହା ଲଢ଼େଇ ହେବା କଥା ତାହା ହେଲା ନାହିଁ, ଆମେ ଖୁଵ୍ ଶୀଘ୍ର ଟ୍ରିବ୍ୟୁନାଲ ନିକଟରେ ସତ୍ୟପାଠ ଦାଖଲ କରିବୁ ।
